ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଜଳିଉଡ ଜଗତର ରବି ନନା କୁ ଏବେ ସାରା ଓଡ଼ିଶା ଝୁରିବାରେ ଲାଗିଛି। ଯିଏକି ଯାତ୍ରା ମଞ୍ଚ ଉପରେ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରି ଦିଅନ୍ତି। ହେଲେ ଆଜି ସେ ବିଛଣା କାମୁଡି ପଡି ରହିଛନ୍ତି।
ଚମତ୍କାର ଅଭିନୟ ଦ୍ବାରା ଲୋକ ମାନଙ୍କ ମନ କିଣୁ ଥିବା ଅଭିନେତା ଜଣକ ଏବେ ବିଛଣା ରେ ପଡ଼ି ରହିଛନ୍ତି। ଏ ହେଉଛନ୍ତି ଜଲିଉଡ ର ହାସ୍ୟ ଅଭିନେତା ରବି ଶତପଥୀ।
ଜଗତସିଂହପୁର ଜିଲ୍ଲା ,କୁଜଙ୍ଗ ବ୍ଲକ୍, ଅଗପାଳ ଗ୍ରାମରେ ହେଉଛି ତାଙ୍କର ଘର। ପାଲା ଗାୟକ ରୁ ହିଁ ସେ ନିଜର ଜୀବନ ଯାତ୍ରା ଆରମ୍ଭ କରିଥିଲେ। ସେ ଓଡିଶାର ବିଭିନ୍ନ ଯାତ୍ରା ପାର୍ଟି ରେ ଅଭିନୟ କରି ଜୀବନ୍ତ ଭାବରେ ଅଭିନୟ ମଧ୍ୟ କରିଛନ୍ତି।
ଏଥିପାଇଁ ସେ ଖୁବ ପ୍ରସିଦ୍ଧି ମଧ୍ୟ ଲାଭ କରିଛନ୍ତି। ହେଲେ ଏବେ ସେ କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ଯାଇଛନ୍ତି। ଆଉ ଆଜି ସେ ବିଛଣାରେ ମଧ୍ୟ ପଡ଼ି ରହିବାକୁ ବାଧ୍ୟ ହୋଇ ଛନ୍ତି।
ତାଙ୍କର ପୁଅ ସୂର୍ଯ୍ୟାଂଶୁ ଶତପଥୀ କହିଛନ୍ତି କି ଆଗରୁ ତାଙ୍କର ପେଟ କଣ ହେଉଥିଲା ସେଥିପାଇଁ ଯେ ପେଟ କାମୁଡିବା ପାଇଁ ଔଷଧ ମଧ୍ୟ ଖାଇ ଦିଅନ୍ତି। ଏହାପରେ ତାଙ୍କର ବାନ୍ତି ଆରମ୍ଭ ହୋଇ ଯାଇଥିଲା।
ଏହାପରେ ଯେତେବେଳେ ତାଙ୍କୁ ନେଇ ମେଡିକାଲ ରେ ଦେଖାଇ ଥିଲେ ତାଙ୍କର ଇଣ୍ଡୋସ୍କୋପି ହୋଇଥିଲା ଆଉ ଇଣ୍ଡୋସ୍କୋପି ରେ ଜଣା ପଡ଼ିଥିଲା କି ତାଙ୍କୁ କର୍କଟ ରୋଗ ହୋଇଛି ବୋଲି। ଏହି ମାସେ ହେଲା ହିଁ ସେ ପୂରା ଶଯ୍ୟାଶାୟୀ ହୋଇ ଯାଇଛନ୍ତି।
ତାଙ୍କୁ ତିନି ଚାରି ଥର କେମୋ ମଧ୍ୟ ଦିଆ ସାରିଲାଣି ହେଲେ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନାହିଁ। ସେ ଏବେ ସବୁ ବେଳେ ମଧ୍ୟ ବିଛଣାରେ ସୋଇ ରହିଛନ୍ତି। ତାଙ୍କ ଭିତରେ କଣ ହୁଏ ତାହା ସେ କାହାକୁ କୁହନ୍ତି ନାହିଁ।
ଯେତେବେଳେ ଅଧିକ କଷ୍ଟ ହେଲା ସେତେବେଳେ ତାଙ୍କର ପୁଅ ମାନେ ଏକଥା ଜାଣି ପାରିଥିଲେ। ଏବେ ସେମାନଙ୍କ ପାଇଁ ଯାତ୍ରା କଳାକାର ଓ ଯାତ୍ରା ପ୍ରେମୀ ଏବଂ ତାଙ୍କର ପରିବାର ଲୋକେ ସମସ୍ତେ ପ୍ରାର୍ଥନା କରିଛନ୍ତି।