Special Report

କାନ୍ଦୁଛନ୍ତି ମହିଳା,ବାବାଙ୍କୁ ବିଶ୍ଵାସ କରି ସବୁ ସୁନା ଦେଇ ଦେଲି, ଦେଖିଲା ବେଳକୁ ବାବା ଛୁ…

 

ନମସ୍କାର ପାଠକ ବନ୍ଧୁ।ଏବେ ଓଡ଼ିଶା ରେ ଭଣ୍ଡ ବାବା ଙ୍କ ସଂଖ୍ୟା ବଢିବାରେ ଲାଗିଛି।ଲୋକ ଙ୍କୁ ମିଛ କହି ସେମାନେ ବହୁ ପରିମାଣ ରେ ଟଙ୍କା ଲୁଟି ନେଉଛନ୍ତି।ଆଜିର ମଣିଷ ମାନେ ମଧ୍ୟ ତାଙ୍କ କଥା କୁ ବିଶ୍ଵାସ କରି ନେଉଛନ୍ତି।

ଆଜି ଆମେ ସେଭଳି ଦୁଇ ଜଣ ଭଣ୍ଡ ବାବା ଙ୍କ ବିଷୟ ରେ କହିବାକୁ ଯାଉଛୁ।ମିଛ କହି ମା ଝିଅ ଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁଇ ଜଣ ବାବା।ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ର ମିନାବଜାର ର ରାସ୍ତା କଡ଼ ରେ।ସେଠାରେ ଜଣେ ମହିଳା ଙ୍କ ସହିତ ଏପରି କିଛି ଘଟଣା ଘଟିଛି।

ଯାହାକୁ ନେଇ ଏବେ ସାଧାରଣ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ସେହି ଅଞ୍ଚଳ ର ସ୍ଵର୍ଣ୍ଣ ପ୍ରଭା ଦେବୀ ଓ ତାଙ୍କ ଝିଅ ବଜାର କୁ ଫୋନ୍ ସଜାଡି ବାକୁ ଯାଇଥିଲେ।ସେ ଯେତେବେଳେ ଘର କୁ ଫେରୁ ଥିଲେ।ଏହି ସମୟ ରେ ଦୁଇ ଜଣ ଭଣ୍ଡ ବାବା ତାଙ୍କ ନିକଟ କୁ ଆସି ଥିଲେ।

ଓ ତାଙ୍କ ପରିବାର ବିଷୟ ରେ ଅନେକ କଥା କହିଲେ। ଏହା ପରେ କହିଥିଲେ କି ତମ ପରିବାର ଉପରେ ଏବେ ବହୁତ ବଡ ବିପଦ ରହିଛି।ତମ ସ୍ବାମୀ ଙ୍କ ଜୀବନ ପ୍ରତି ବିପଦ ରହିଛି।ଏଥିପାଇଁ ତମକୁ ସବୁ କିଛି ଦାନ କରିବାକୁ ପଡ଼ିବ।

ତମେ ଯଦି ତମର ପାଖରେ ଥିବା ସବୁ ଟଙ୍କା ଓ ସୁନା ଆମକୁ ଦେଇ ଦିଅ ତେବେ ଆମେ ତମକୁ ଭଗବାନ ଙ୍କ ଦର୍ଶନ କରାଇ ଦେବୁ।ତମ ସ୍ବାମୀ ଓ ପରିବାର ନାମ ରେ ଭଗବାନ ଙ୍କ ନିକଟରେ ରେ ପୂଜା କରିବୁ।ପ୍ରଥମେ ମହିଳା ଜଣକ ଏ କଥା ରେ ରାଜି ହୋଇ ନ ଥିଲେ।

ହେଲେ ପରେ ବାବା ଙ୍କ କଥା ରେ ମହିଳା ଓ ତାଙ୍କ ଝିଅ ରାଜି ହୋଇ ଯାଇଥିଲେ।ଏହା ପରେ ବାବା କହିଥିଲେ କି ତମ ପାଖରେ ଥିବା ଟଙ୍କା ଓ ସୁନା ମୋତେ ଦେଇ ତମ ୫୧ ପାଦ ଆଗକୁ ଚାଲ।ଦେଖିବ ଭଗବାନ ଙ୍କ ଦର୍ଶନ କରି ପାରିବ।

ଏହା ପରେ ମହିଳା ଓ ତାଙ୍କ ଝିଅ ଆଗକୁ ଚାଲିଲେ।ହେଲେ ପଛକୁ ଦେଖିଲା ବେଳ କୁ ଆଉ ବାବା ଦୁଇ ଜଣ ନ ଥିଲେ।ତାଙ୍କ ପାଖରେ ଥିବା ୮୦୦୦ ଟଙ୍କା ଲୁଟ କରି ନେଇ ଥିଲେ। ପରେ ତାଙ୍କର ଦୁଇଟି ସୁନା ଚେନ୍ ଓ ଗୋଟିଏ ମଙ୍ଗଳ ସୂତ୍ର କୁ ମଧ୍ୟ ନେଇ ଯାଇ ଥିଲେ।

ଏହା ପରେ ମହିଳା ଜଣକ ଜୋର୍ ରେ ଚିତ୍କାର କରି ଲୋକ ଙ୍କୁ ଡାକି ଥିଲେ।ଲୋକ ମାନେ ସେହି ଭଣ୍ଡ ବାବା ଙ୍କ ପଛେ ପଛେ ଯାଇ ମଧ୍ୟ ତାଙ୍କୁ ଧରି ପାରି ନ ଥିଲେ।ମହିଳା ଜଣକ ପୋଲିସ ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି।ଏବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *