ରାଜ୍ୟ ଖବରଭାଇରାଲ ଭିଡିଓ

ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଆ-ତ୍ମ-ହ-ତ୍ୟା କରିବାକୁ କରିଲେ ଚେଷ୍ଟା

ବାବା କା ଢାବା ଚଲାଉଥିବା ୮୧ ବର୍ଷୀୟ କାନ୍ତା ପ୍ରସାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ। ଦିଲ୍ଲୀରେ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି।

କାନ୍ତା ପ୍ରସାଦ ନାମକ ଜଣେ ୮୧ ବର୍ଷୀୟ ବ୍ୟକ୍ତି, ଯିଏକି ବାବା କା ଢାବାର ମାଲିକ ଅଟନ୍ତି। ଯାହାଙ୍କର ପୂର୍ବରୁ ଦିଲ୍ଲୀର ଏକ ରାସ୍ତା କଡରେ ଏକ ଛୋଟ କେବିନ ଥିଲା ଓ ସେଠାରେ ପ୍ରବଳ ଭିଡ ମଧ୍ୟ ହେଉଥିଲା। ତାପରେ ଗତବର୍ଷ ଲକଡାଉନ ସମୟରେ ୟୁଟୁବର ଗୌରବ ୱାସନ ମାଧ୍ୟମରେ ସେ ଧୀରେ ଧୀରେ ୟୁଟୁବରେ ଫେମସ ହେଲେ ତାପରେ ସମସ୍ତଙ୍କ ଚର୍ଚ୍ଚାରେ ଥିଲେ। ସେ ନିକଟରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତ ରେଷ୍ଟୁରାଣ୍ଟ ଭଲ ଚାଲିନଥିଲା, ଅଧିକ ବ୍ୟୟ କମ ଲାଭ ହେଉଥିଲା। ତାପରେ ଲକଡାଉନ ପଡିବାରୁ ସେ ନିଜର ପୂର୍ବ ଅବସ୍ଥାକୁ ଫେରିଆସିଥିଲେ।

ଗତ ଗୁରୁବାର ଦିନ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସା ହେଉଛି। ବାବା ଏମିତି କରିବା ପଛରେ କାରଣ କଣ ଥାଇପାରେ। ପୋ-ଲି-ସ ସନ୍ଦେହ କରୁଛୁକି ସେ ନିଦ ଔଷଧ ଖାଇ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ପୋଲିସ ଏହାର ତଦନ୍ତ କରୁଅଛି।

Leave a Reply

Your email address will not be published. Required fields are marked *