କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା

ଅଜଗର ଏବଂ କୁମ୍ଭୀର ଦୁହେଁ ଏତେ ବଡ଼ ସରୀସୃପ ପ୍ରାଣୀ ହୋଇଥାନ୍ତି ଯେ ସେମାନେ ନିଜ ଶିକାରକୁ ଜିଅନ୍ତା ଗିଳିପକାନ୍ତି | ଆପଣ ମଧ୍ୟ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୌଣସି ଅଜଗର କିମ୍ବା କୁମ୍ଭୀର କୌଣସି ପଶୁକୁ ଜିଅନ୍ତା ଗିଳି ପକାଉଥିବେ | କିନ୍ତୁ ଆଜି ପର୍ଯ୍ୟନ୍ତ ଏପରି ଦୃଶ୍ୟ ଦେଖିନଥିବେ, ଯେଉଁଥିରେ ଏହି ଦୁଇଜଣ ଅର୍ଥାତ କୁମ୍ଭୀର ଏବଂ ଅଜଗର ପରସ୍ପରକୁ ଶିକାର କରିବାକୁ ଚେଷ୍ଟା କରୁଥିବେ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଲା | ଯେଉଁଥିରେ ଗୋଟିଏ ଅଜଗର ଏବଂ କୁମ୍ଭୀରର ସମ୍ନାସାମ୍ନି ହୋଇଗଲା | ତାପରେ ଆଉ କଣ ହେବ, ଦୁହେଁ ପରସ୍ପରକୁ ଗିଳିବାପାଇଁ ଚେଷ୍ଟା କରିବାକୁ ଲାଗିଲେ |

ଏହି ଭିଡିଓଟିକୁ ଓଜାଟ୍ରୋ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି | ଯେଉଁଥିରେ ଏକ ବିଶାଳ ଅଜଗର ଏକ ବଡ କୁମ୍ଭୀରକୁ ଅତି ସହଜରେ ଗିଳୁଥିବାର ଦେଖାଯାଉଛି | ଏହି ଭିଡିଓକୁ ଦେଖିବା ପରେ ସମସ୍ତଙ୍କ ହୃଦୟ କମ୍ପି ଉଠିବ | ଭିଡିଓରେ ଦେଖାଯାଉଛି ଯେ ଅଜଗର ବହୁତ ମୋଟା ଏବଂ ଲମ୍ବା ଅଛି, ତେଣୁ ଏହା ଅଧିକ ଶକ୍ତିଶାଳୀ ମଧ୍ୟ ଅଟେ | କୁମ୍ଭୀରଟି ମଧ୍ୟ ତା’ଠାରୁ କମ ଶକ୍ତିଶାଳୀ ନୁହେଁ, କିନ୍ତୁ ଅଧିକ ସମୟ ଧରି ସଂଘର୍ଷ ପରେ ଅଜଗର ଜିତିଯାଏ ଏବଂ କୁମ୍ଭୀରକୁ ସମ୍ପୂର୍ଣ୍ଣ ଭାବେ ଧରିନିଏ |

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅଜଗର କିପରି ଭାବେ ଏତେ ବଡ଼ କୁମ୍ଭୀରକୁ ଅତି ସହଜରେ ଗିଳୁଛି | ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | କୁହାଯାଏ ଯେ ଅଧିକାଂଶ ଅଜଗର ଗଛରେ ରୁହନ୍ତି | ଏମାନେ ପାଣିରେ, କାଦୁଅରେ କିମ୍ବା ଶୁଖିଲା ପତ୍ର ତଳେ ଲୁଚି ନିଜ ଶିକାରକୁ ଅପେକ୍ଷା କରିଥାନ୍ତି |

ଶିକାର ପାଖକୁ ଆସିବାମାତ୍ରେ ଏମାନେ ତା ଉପରେ ମାଡି ବସନ୍ତି ଏବଂ ବେକକୁ ଧରି ମାରିଦିଅନ୍ତି | ତାପରେ ତାକୁ ଗିଳିଦିଅନ୍ତି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୮୪ ଲକ୍ଷରୁ ଅଧିକ ଥର ଦେଖାଗଲାଣି |

Leave a Comment