ରାଜ୍ୟ ଖବର

ଟୋଲ ଗେଟ୍ ରେ କିନ୍ନର କୁ ଚାପିଦେଇ ଚାଲିଗଲା ଟ୍ରକ, ଭୁବନେଶ୍ଵର ର ଘଟଣା

ଭୁବନେଶ୍ଵର:-ଭୁବନେଶ୍ୱରରେ ଏକ ଦୟନୀୟ ଘଟଣା ଘଟିଛି। ଏନଏଚ-୫ ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ କିନ୍ନରଙ୍କର ମୃ-ତ୍ୟୁ ହୋଇଯାଇଛି। ଭୁବେଶ୍ବରଠାରୁ ୪୦ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଘଟଣା ଘଟିଛି।

ଭୁବେଶ୍ବରଠାରୁ ୪୦ କିଲୋମିଟର ଦୂରରେ ଜାତୀୟ ରାଜପଥ-୫ ରେ ଟୋଲ ଆଦାୟ ହେଉଥିଲା। ସମସ୍ତ ଗାଡ଼ି ରହି ନିଜ ନିଜର ଟୋଲ ପୈଠ କରୁଥିଲେ। ସେହି ସମୟରେ ଜଣେ କିନ୍ନର ରାସ୍ତା ମଝିରେ ଥିବା ବ୍ୟାରିକେଡ଼ ନିକଟରେ ଛିଡା ହୋଇ ପଇସା ମାଗୁଥିଲେ। କିନ୍ତୁ ସେହି ସମୟରେ ଏକ ମିନି ଟ୍ରକ ଦୃତ ଗତିରେ ଏକ ଟ୍ରକକୁ ଓଭରଟେକ କରି ଆସି ଜଣେ କିନ୍ନରଙ୍କୁ ଧକ୍କା ଦେଇଥିଲେ। ତାପରେ ମିନିଟ୍ରକଟି ଧକ୍କା ଦେଇ ପଳାଇଥିଲା।

ମିନିଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଅନେକ ବଡ ବଡ ଗାଡ଼ି ସେଠାରୁ ପଳାଇଯାଉଥିଲେ, କିନ୍ତୁ କେହି ଏହି ମଧ୍ୟ ଆମ୍ବୁଲାନ୍ସକୁ ଡାକୁନଥିଲେ। ଘଟଣା ଘଟିସାରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *