କାହିଁକି ହୁଏ kidney ଖରାପ? ଜାଣନ୍ତୁ ଏହିସବୁ କାରଣରୁ ଆପଣଙ୍କ କିଡ଼ନୀ ସୁସ୍ଥ ଅଛି ନା ନାହିଁ

ଯଦି ଶରୀର ର କଥା କହିବା ,ତାହେଲେ ଶରୀରର ମୁଖ୍ୟ ଅଙ୍ଗ ଆଭ୍ୟନ୍ତରୀଣ ତାହା ହେଉଛି କିଡନୀ।ଘରେ ଯେତେବେଳେ ଫିଲ୍ଟର୍ ରେ ପାଣି ରଖିଥାନ୍ତି ପାଣିରେ ଯାହା ମଇଳା ଥାଏ ସବୁ ଫିଲ୍ଟର୍ ଛାଣିଥାଏଏଵଂ ଭଲ ପାଣି ଯୋଗାଇଥାଏ।

ଯେତେବେଳେ ପାଣି ପିଇଥାଉ ସେଥିରୁ ଶରୀରର କାମରେ ଦେଢ଼ ଲିଟର ପାଣି ଲାଗିଥାଏ।୭୦୦ ରୁ ଦେଢ଼ ସହ ମିଲିଲିଟର ପାଣି ଦେହରେ ଲାଗିଥାଏ ଓ ବାକି ଯୋଉ ପାଣି ରହିଲା ତାହା ବର୍ଜ୍ୟବସ୍ତୁ ଆକାରରେ ଝାଳ, ଝାଡା ଏବଂ ମୂତ୍ର ଦ୍ଵାରା ବାହାରିଥାଏ।

ମୂତ୍ର ଆକାରରେ ବାହାର କୁ ବାହାରିବା ପାଇଁ କିଡନୀ ର ଆବଶ୍ୟକତା ହୋଇଥାଏ।କିଡନୀ ହିଁ ଫିଲ୍ଟର କାମ କରିଥାଏ ।କେତେକ ବ୍ୟକ୍ତିଙ୍କର କିଡନୀ ଖରାପ୍ ହୋଇଯାଇଥାଏ ।

ବିଶେଷଜ୍ଞ ମତାମତ ଦେଇଛନ୍ତି ଦେଶରେ ଅନେକ ଡାଇବେଟିସ ରୋଗୀ ଅଛନ୍ତି।ସେଇମାନେ ହିଁ ଭବିଷ୍ୟତରେ କିଡନୀ ରୋଗରେ ମଧ୍ୟ ପୀଡ଼ିତ ହେବାର ବଡ଼ ସମ୍ଭାବନା ରହିଛି ।

ଅନେକ ଲୋକଙ୍କର ଜ୍ଵର ହୋଇଥାଏ,ଆଣ୍ଠୁ ଗଣ୍ଠି ବଥା ହୋଇଥାଏ ଏହି ବ୍ୟକ୍ତି ମାନେ ଅନେକ ମେଡିସିନ ଖାଇବା ଦ୍ବାରା କିଡନୀ ଖରାପ ହୋଇଥାଏ।

ଏହି ୨ଟି ମୁଖ୍ୟ କାରଣ କିଡନୀ ଖରାପ୍ ହେବାର।ଯଦି ଆପଣଙ୍କ ଦେହ ଦୁର୍ବଳ ଲାଗୁଥିବ ,ଅନେକ ସମୟରେ ବାନ୍ତି ଲାଗିବା, ନିଦ ଲାଗିବ ନାହିଁ ଏବଂ ଯେତେବେଳେ ଶୋଇବେ ନିଃଶ୍ୱାସ ପ୍ରଶ୍ଵସ ନେବାରେ ଅସୁବିଧା ହେଇପାରେ ।

ଯଦି ଏହି ପରି ଲକ୍ଷଣ ଦେଖିବେ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଅନେକ ସମୟରେ ଅନେକ ଜାଗାରେ ପାଣିରେ ମାଙ୍ଗାନିଜ ର ପରିମାଣ ଅଧିକ ଥାଏ, ଜିଙ୍କ ର ପରିମାଣ ଅଧିକ ଥାଏ ତେବେ ଏହି ପାଣି ବେଶି ପିଇବା ଦ୍ଵାରା କିଡନୀ ରୋଗ ହୋଇଥାଏ।

ପାଣିର ପରିମାଣ ଅତ୍ୟଧିକ କମ୍ କରିଲେ ମଧ୍ୟ କିଡନୀ ଖରାପ୍ ହୋଇଥାଏ ଓ ପାଣିର ପରିମାଣ ଅତ୍ୟଧିକ କରିଲେ ମଧ୍ୟ କିଡନୀ ଖରାପ ହୋଇଥାଏ।ଦିନକୁ ୩-୪ଲିଟର ସର୍ବାଧିକ ପାଣି ପିଅନ୍ତୁ।

Leave a Comment

Your email address will not be published. Required fields are marked *

Scroll to Top