ଦେଶ ଦୁନିଆ

ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମୀନା କୁମାରୀଙ୍କୁ ମାଗିଥିଲେ କ୍ଷମା… 

ମୀନା କୁମାରୀ, ଗତ ଶତାବ୍ଦୀରେ ଜଣେ ସଫଳତମ ଅଭିନେତ୍ରୀ ଯିଏକି ଆଜି ମଧ୍ୟ ନିଜର ସୁନ୍ଦରତା ପାଇଁ ଜଣାଶୁଣା। ସେ ନିଜର କ୍ଯାରିୟରରେ ଅନେକ ସାନଦାର ଫିଲ୍ମ କରିଛନ୍ତି। ମୀନା କୁମାରୀଙ୍କ ଫିଲ୍ମ ଦେଖିବାକୁ ଦର୍ଶକମାନଙ୍କର ଜବରଦସ୍ତ ଭିଡ ହୁଏ। ଜଣାଇଦେଉଛିକି ଫିଲ୍ମ କ୍ରିଟିକ୍ସ ହିଷ୍ଟୋରିକାଲ ଇନକମ୍ପେୟାରବଲ ଏକଟ୍ରେସର ପଦବୀ ଦେଇଥିଲେ।

ମୀନା କୁମାରୀ ନିଜେ କୌଣସି ଫିଲ୍ମ ଠାରୁ କମ ନୁହନ୍ତି। ସେ ଫିଲ୍ମରେ ଟ୍ରେଜଡୀରେ ପରିପୂର୍ଣ ଭୂମିକା ନିଭାଇଥିଲେ ଓ ନିଜ ଜୀବନରେ ମଧ୍ୟ ଏହିଅପରି କିଛି ଘଟିଥିଲା॥ ଏକ ସଫଳ ଅଭିନେତ୍ରୀ ହେବା ପରେ ତାଙ୍କ ଜୀବନରେ ଖୁସି ନଥିଲା, ସେ ବହୁତ କିଛି ସହିଛନ୍ତି। ଏହି କାରଣରୁ ତାଙ୍କର ନାମ ‘ଟ୍ରାଜେଡି କ୍ଵିନ’ ରଖାଯାଇଛି।

ମିନା କୁମାରୀଙ୍କ ଜୀବନୀ ସହ ଅନେକ କାହାଣୀ ପ୍ରସିଦ୍ଧ ଅଟେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଓ ମୀନା କୁମାରୀଙ୍କ ସହିତ ଜଡିତ କିଛି କଥା ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା, ଏମିତି କଣ ହୋଇଥିଲାକି ଦେଶର ପ୍ରଧାନମନ୍ତ୍ରୀ ମୀନା କୁମାରୀଙ୍କୁ କ୍ଷମା ମାଗିଥିଲେ।

ମୀନା କୁମାରୀ ୧୯୩୯ ମସିହାରେ ୧୯୭୨ ପର୍ଯ୍ଯନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ସେହି ସମୟରେ ମୀନା କୁମାରୀ ବଲିଉଡରେ ପ୍ରସିଦ୍ଧ ଥିଲେ। ପ୍ରତ୍ଯେକ ତାଙ୍କୁ ନିଜର ଫିଲ୍ମରେ ନେବାକୁ ଚାହୁଁଥିଲେ। ସେହି ସମୟରେ ସେ ବହୁତ ପପୁଲାର ଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କୁ ଜାଣି ପାରିନଥିଲେ।

ସେହି ସମୟରେ ମୀନା କୁମାରୀ ମୁମ୍ବାଇରେ କୌଣସି ଫିଲ୍ମର ସୁଟିଙ୍ଗ କରୁଥିଲେ। ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ସୁଟିଙ୍ଗ ଦେଖିବା ପାଇଁ ନିମନ୍ତ୍ରଣ ପଠାଇଲେ। ଏହି ନିମନ୍ତ୍ରଣରେ ଆସିବା ପାଇଁ ଏତେ ମାତ୍ରରେ ଚାପ ଥିଲାକି ସେ ମନା କରିପାରିନଥିଲେ। ଓ ସୁଟିଙ୍ଗ ଦେଖିବା ପାଇଁ ଷ୍ଟୂଡିଓରେ ପହଞ୍ଚିଥିଲେ।

ଜଣାଶୁଣା ସାମ୍ବାଦିକ କୁଲଦୀପ ନାୟର ତାଙ୍କ ପୁସ୍ତକ ଅନ ଲିଡର୍ସ ଆଣ୍ଡ ଆଇକନ୍ସ: ଜିନ୍ନା ଠାରୁ ମୋଦୀରେ ଲେଖିଛନ୍ତିଯେ ସେଠାରେ ବହୁ ବଡ ତାରକା ଉପସ୍ଥିତ ଥିଲେ। ମୀନା କୁମାରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମାଳ ପିନ୍ଧାଇଲେ। ଶାସ୍ତ୍ରୀ ଜୀ ମୋତେ ଅତି ଭଦ୍ର ଭାବରେ ପଚାରିଲେ – ଏହି ମହିଳା କିଏ? ମୁଁ ତାଙ୍କୁ ଆଶ୍ଚର୍ଯ୍ୟ କରି କହିଲିଯେ ମୀନା କୁମାରୀ। ଶାସ୍ତ୍ରୀ ନିଜର ଅଜ୍ଞତା ପ୍ରକାଶ କରିଥିଲେ। ତଥାପି ମୁଁ ଆଶା କରି ନଥିଲିଯେ ସେ ଏହାକୁ ସର୍ବସାଧାରଣରେ ସ୍ୱୀକାର କରିବେ।

ସେ ଆଗକୁ ଲେଖିଲେକି ମୁଁ କେବେ ଭାବିନଥିଲିକି ଶାସ୍ତ୍ରୀ ଏହି କଥାକୁ ପବ୍ଲିକରେ ପଚାରିବେ। ମୁଁ ଶାସ୍ତ୍ରୀଜିଙ୍କର ଏହିପରି ନମ୍ରତା ଓ ଇମାନଦାରିରୁ ବହୁତ ପ୍ରଭାବିତ ହୋଇଥିଲି। ପରେ ଲାଲ ବାହାଦୂର ଶାସ୍ତ୍ରୀ ନିଜର ସ୍ପିଚରେ ମୀନା କୁମାରୀଙ୍କୁ ସମ୍ବନ୍ଧିତ କରି କହିଲେ,”ମୀନା କୁମାରୀ ଜି ମୋତେ କ୍ଷମା କରିଦେବେ। ମୁଁ ଆପଣଙ୍କ ନାମ ପ୍ରଥମ ଥର ପାଇଁ ଶୁଣିଲି।”

ସାର୍ବଜନୀକ ରୂପରେ ଦେଶର ପ୍ରଧାନମନ୍ତ୍ରୀଙ୍କର ଏକ ଅଭିନେତ୍ରୀଙ୍କୁ ଏହିପରି କ୍ଷମା ମାଗିବା ଲୋକଙ୍କୁ ଭଲ ଲାଗିଥିଲା। କିନ୍ତୁ ସେହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ ଜରୁଥିବା ମୀନା କୁମାରୀଙ୍କ ଚେହେରାରେ ଲାଜର ଭାବ ଆସିଗଲା।

Leave a Reply

Your email address will not be published. Required fields are marked *