ସମସ୍ତେ ଆମ ଦେଶ ର ଆଇନ ବିଷୟରେ ଜାଣିଥିବେ ଓ ସମସ୍ତେ ଆମ ଦେଶ ର ଆଇନ କୁ ବିଶ୍ୱାସ ମଧ୍ୟ କରନ୍ତି । ସମସ୍ତେ ନ୍ୟାୟ ପାଇବା ପାଇଁ ପୋଲିସ ଙ୍କ ପାଖକୁ ଯାଇ ନିଜ ଅଭିଯୋଗ ଜଣାନ୍ତି । ତେବେ ପରିବାର ର ଯଦି ନ୍ୟାୟ ପାଇବା ପାଇଁ ବହୁତ ଦିନ ଧରି ପଡି ରୁହେ ସେତେବେଳେ ତାର ଆଶା ବିଶ୍ଵାସ ଭାଙ୍ଗି ଯାଏ । ଆସନ୍ତୁ ଜାଣିବା ଏସି ଏଫ ସୌମ୍ୟ ରଞ୍ଜନ ଙ୍କ ମୁର୍ତ୍ୟୁ ମାମଲା ର କଣ ନିଷ୍କର୍ଷ ଆସିଲା ।
ସୌମ୍ୟ ଙ୍କ ପରିବାର ଓ ତାଙ୍କ ବାପା ୩ ମାସ ଧରି ଅପେକ୍ଷା କରି ରହିଥିଲେ ତାଙ୍କ ପୁଅ କୁ କେବେ ନ୍ୟାୟ ମିଳିବ । ପୋଲିସ ଓ କ୍ରାଇମ ବ୍ରାଞ୍ଚ ଙ୍କ ତଦନ୍ତ ଉପରେ ତଦନ୍ତ କରି ଚାଲିଥିଲେ । ସବୁ ପ୍ରକାର ର ଯାଞ୍ଚ କରାଯାଉଥିଲା ହେଲେ କୌଣସି ସିଦ୍ଧାନ୍ତ ମିଳିପାରିଲାନାହିଁ । ସୌମ୍ୟ ଙ୍କ ବାପା ଶେଷରେ ହାଇକୋଟ ର ଦ୍ୱାରସ୍ଥ ହୋଇଥିଲେ ।
ଶେଷରେ କ୍ରାଇମ ବ୍ରାଞ୍ଚ ଏହି ଘଟଣା ର ଅନ୍ତ ଘଟାଇଲେ । ପ୍ରେସମିଟ କରି ସୌମ୍ୟ ଙ୍କ ମୁର୍ତ୍ୟୁ ଏକ ଦୁର୍ଘଟଣା ବୋଲି କ୍ରାଇମ ବ୍ରାଞ୍ଚ କହିଛନ୍ତି । ଏହି ତଥ୍ୟ ପରେ ବହୁତ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଛି । ସୌମ୍ୟ ଙ୍କ ପରିବାର ଆରମ୍ଭ ରୁ ହିଁ ବିଦ୍ୟାଭାରତି , ଡ଼ିଏଫ ଓ , ରୋଷେୟା ଙ୍କ ଉପରେ ଅଭିଯୋଗ ଆଣିଥିଲେ । କ୍ରାଇମ ବ୍ରାଞ୍ଚ ମଧ୍ୟ ୩ ଜଣକ ଲାଇ ଡ଼ିଟେକ୍ସନ ଟେଷ୍ଟ କରିଥିଲା ହେଲେ ଶେଷରେ କ୍ରାଇମ ବ୍ରାଞ୍ଚ ଏହା ଦୁର୍ଘଟଣା ଜନିତ ମୁର୍ତ୍ୟୁ ବୋଲି କହିଛନ୍ତି ।
ଚିଲିକା ବିଧାୟକ ଙ୍କ ଗିରଫ ହେବା ପରେ କ୍ରାଇମ ବ୍ରାଞ୍ଚ ଏହି ପ୍ରେସମିଟ କରି କହିବା ବହୁତ ଜଣକ ମନରେ ସନ୍ଦେହ ଜାତ କରୁଛି । ତେବେ କ୍ରାଇମ ବ୍ରାଞ୍ଚ ର ଏହି କଥା ଶୁଣି ସୌମ୍ୟ ଙ୍କ ପରିବାର ଭାଙ୍ଗି ପଡିଛନ୍ତି । ତେବେ ଯଦି କିଏ ଦୋଷୀ ତେବେ ସେ ଦଣ୍ଡ ପାଇବା ଦରକାର । ଏବଂ ଯିଏ ନିର୍ଦୋଷ ସେ ଦଣ୍ଡ ପାଇବା ଉଚିତ ନୁହେଁ । ତେବେ ସବୁବେଳେ ଚାରିଆଡେ଼ ବହୁତ ଗୁଡିଏ ଘଟଣା ଦୁର୍ଘଟଣା ଘଟିଚାଲିଛି । ସବୁର ଠିକ ସମାଧାନ ହେଉଛି କି ନାହିଁ କାହାକୁ ଜଣା ନାହିଁ ।