ସ୍ବାସ୍ଥ୍ୟ

କାର୍ତ୍ତିକ ମାସ ରେ ନିଶ୍ଚୟ ପାଳନ କରନ୍ତୁ ଏହି ୫ଟି କାମ , ହାତୀ ଢାଳିବ ସୁନା କଳସ ..

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ବୋଲି କୁହାଯାଏ । ସବୁ ମାସରେ ସମସ୍ତେ ସବୁ ପର୍ବ କୁ ଭଲରେ ପାଳନ କରିଥାନ୍ତି ।

ସବୁ ପର୍ଵ ର କିଛି ନା କିଛି ମହତ୍ୱ ରହିଥାଏ । ପର୍ଵ ପର୍ବାଣୀ ପାଳନ କରିବା ଦ୍ୱାରା ପରିବେଶ ରେ ସକରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ କାର୍ତ୍ତିକ ମାସ ସମ୍ପର୍କିତ କିଛି କଥା ଜାଣିବା ।

ଆପଣ ମାନେ ଜାଣନ୍ତି କାର୍ତ୍ତିକ ମାସ ଆରମ୍ଭ ହେଇସାରିଲାଣି । କାର୍ତ୍ତିକ ମାସକୁ ସମସ୍ତେ ଅତି ପବିତ୍ର ମାସ ଭାବରେ ଜାଣନ୍ତି । ହିନ୍ଦୁ ଧର୍ମ ରେ କାର୍ତ୍ତିକ ମାସର ମହାନତା ରହିଛି । ହିନ୍ଦୁ ଧର୍ମ ରେ ସମସ୍ତେ କାର୍ତ୍ତିକ ମାସକୁ ପାଳନ କରିଥାନ୍ତି

 

ଭଗବାନ ବିଷ୍ଣୁ ଙ୍କ ଅତି ପ୍ରିୟ ମାସ କାର୍ତ୍ତିକ ମାସ ବୋଲି ଜଣାଯାଏ । ତେବେ ଏହି ମାସରେ ଧର୍ମ ,ଦାନ ,ପୂଜା ,ବ୍ରତ ଆଦି କରାଯାଇଥାଏ ।

ଏହି କାର୍ତ୍ତିକ ମାସରେ ବହୁତ କିଛି ନୀତି ନିୟମ ରହିଥାଏ । ହିନ୍ଦୁ ଧର୍ମ ରେ ସବୁଦିନ ବୃନ୍ଦାବତୀ ଙ୍କୁ ପୂଜା କରାଯାଏ । ତେବେ କାର୍ତ୍ତିକ ମାସରେ ମଧ୍ୟ ସମସ୍ତେ ମା ବୃନ୍ଦାବତୀ ଙ୍କୁ ପୂଜା କରିବା ଦରକାର । ଏହା ଦ୍ୱାରା ମା ଲଷ୍ମୀ ଓ ବିଷ୍ଣୁ ଙ୍କ ଆଶିଷ ମିଳିଥାଏ । ଦ୍ଵିତୀୟତ ଏହି କାର୍ତ୍ତିକ ମାସରେ ଦୀପ ଦାନ କରିବା ଉଚିତ । ନଦୀ କିମ୍ବା ପୋଖରୀ ରେ ଦୀପ ଦାନ କରିବା ଦ୍ୱାରା ପରିବାର ରେ ଥିବା ନକରାତ୍ମକ ବାତାବରଣ ଦୁରେଇଯାଇଥାଏ ।

କାର୍ତ୍ତିକ ମାସରେ ଖଟ ରେ ଶୋଇବା ଅପେକ୍ଷା ଭୁମି ରେ ଶୋଇବା ଭଲ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତି ର ମନ ଶାନ୍ତ ହୋଇଥାଏ । ଏହି ମାସରେ ମସୁର, ମୁଗ ,ମଟର , ମାଂସ ଆଦି ଖାଇବା ଉଚିତ ନୁହେଁ । କାର୍ତ୍ତିକ ମାସରେ ବ୍ରତ କରୁଥିବା ବ୍ୟକ୍ତି ଏହି ଦିନରେ ଝଗଡା କରିବା ,ପର ଚର୍ଚ୍ଚା ,ପର ନିନ୍ଦା କରିବା ଉଚିତ ନୁହେଁ । ଏହି ମାସ ବହୁତ ପବିତ୍ର ମାସ ହେଇଥିବାରୁ ଏହି କିଛି ନିୟମ ପାଳନ କରିବା ଦ୍ୱାରା ପରିବାର ପାଇଁ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *