ରାଜ୍ୟ ଖବର

ପୁଅ ଜେଲ ରେ ଏବେ ବାପା କୁ ଏନସିବି ଜେଲ ରେ ପୁରେଇବାକୁ ତୟାର୍, ଶାହରୁଖ ଖାନ୍ ଘରେ ଚଢ଼ାଉ

ଦିନ କୁ ଦିନ ଆର୍ଯ୍ୟନ ଖାନ ଙ୍କ ମାମଲା ଗୁରୁତର ହେବାକୁ ଲାଗୁଛି । ସବୁବେଳେ ବଲିଉଡ ରେ ଡ୍ରଗ୍ସ କୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ପୂର୍ବରୁ ମଧ୍ୟ ଏହି ଡ୍ରଗ୍ସ ମାମଲା ରେ ବହୁତ ଜଣ ଙ୍କ ଚେହେରା ନଜର କୁ ଆସିଥିଲା । ଡ୍ରଗ୍ସ ମାମଲା ରେ ଗିରଫ ହେଇଥିବା ଆର୍ଯ୍ୟନ ଙ୍କୁ ଜାମିନ ମିଳିପାରୁନାହିଁ । ସେ ମୁମ୍ବାଇ ହାଇ କୋର୍ଟ ର ଦ୍ବାରସ୍ଥ ହେଇପରନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କିତ ଖବର ।

ଜଣକ ପରେ ଏବେ ଆଉ ଜଣେ ଷ୍ଟାର କିଡ ଙ୍କ ନାମ ଆଗକୁ ଆସିଲାଣି । ଆର୍ଯ୍ୟନ ଖାନ ଙ୍କ ଫୋନ ରୁ ଏବେ ଅନନ୍ୟା ପାଣ୍ଡେ ଙ୍କ ନାଁ ଆସିଛି । ତାଙ୍କୁ ଜେରା ମଧ୍ୟ କରାଯାଉଛି । ତେବେ ଆର୍ଯ୍ୟନ ଙ୍କ ଫୋନ ଚାଟ ରୁ ବହୁତ କିଛି ତଥ୍ୟ ମିଳିଆସୁଥିଲା ଯାହା ଆର୍ଯ୍ୟନ ଙ୍କ ପାଇଁ ଅଧିକା ଜଟିଳ ପରିସ୍ଥିତି କରିଛି । ତେବେ ଏହି ଡ୍ରଗ୍ସ ଲିଙ୍କ ରେ ଅନନ୍ୟା ପାଣ୍ଡେ ଓ ଆର୍ଯ୍ୟନ ଙ୍କ ଭଉଣୀ ଙ୍କ ବି କିଛି ଲିଙ୍କ ଥିବା ଏନସିବି ଜାଣିବାକୁ ପାଇଛି ।

 

ତେବେ ଶାହରୁଖ ଖାନ ଙ୍କ ଘର ମନ୍ନତ ରେ ପହଞ୍ଚିଛନ୍ତି ଏନସିବି ଟିମ । ଆର୍ଯ୍ୟନ ଙ୍କ ପାଖରେ ଆଉ କଣ ଇଲେକ୍ଟ୍ରୋନିକ ଜିନିଷ ଅଛି ତାକୁ ମଧ୍ୟ ଅଧିକା ତଦନ୍ତ ପାଇଁ ନିଆଯାଇପାରେ । ତେବେ ଅନ୍ୟ ଜଣେ ଷ୍ଟାର କିଡ ଅନନ୍ୟା ପାଣ୍ଡେ ଙ୍କୁ ମଧ୍ୟ ଅପରାହ୍ନ ୨ ଟାରେ ମଧ୍ୟ ଏନସିବି ରେ ପହଞ୍ଚି ବାକୁ ନୋଟିସ ଜାରି କରାଯାଇଛି। ଯେତେ ତଦନ୍ତ ଅଧିକା ହେଉଛି ଆର୍ଯ୍ୟନ ଙ୍କ ଓକିଲ ଙ୍କ ପାଇଁ ପରିସ୍ଥିତ ଅଧିକା ଜଟିଳ ମଧ୍ୟ ହେଉଛି ।

ତେବେ ଅରବାଜ , ଆର୍ଯ୍ୟନ ,ମୁନମୁନ ଏକାଠି ହି ସେହି ପାର୍ଟି କୁ ଯାଇଥିଲେ । ଏକାଠି ନେଇଥିବା ଡ୍ରାଇଭର ଙ୍କ ମଧ୍ୟ ବୟାନ ନିଆ ଯାଇଛି । ତେବେ ଶାହରୁଖ ଙ୍କ ଘରୁ ଯାଇ ପୁଣି କିଛି ଜେରା କରିଛି ଏନସିବି । ଜଣକ ପରେ ଜଣକ ଲିଙ୍କ କଥା ବି ଆଗକୁ ଆସୁଛି । ତେବେ ଆଗକୁ ଆଉ କେତେଜଣ ଙ୍କ ଡ୍ରଗ୍ସ ଲିଙ୍କ ଅଛି ଓ ଆଉ କଣ ଅଧିକା ତଥ୍ୟ ମିଳୁଛି ଏବଂ ଆର୍ଯ୍ୟନ ଙ୍କ ଜାମିନ ହେଇପାରୁଛି କି ନାହିଁ ତାହା ଆଗକୁ ଜଣା ଯିବ ।

Leave a Reply

Your email address will not be published. Required fields are marked *