Special Report

ନୂଆବର୍ଷ ଆରମ୍ଭରୁ ବଡ଼ ବିସ୍ଫୋରଣ।ଜମା ହୋଇଥିଲେ ଲୋକ ମଝିରେ ଫୁଟିଲା ବୋମା,ଗଡିଲା ୧୦୦ ମୁଣ୍ଡ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃ-ତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ଘଟିଥିବା ବେଳେ ୧୭୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି। ତାଙ୍କ ମୃ-ତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ ଥିବା ସାହେବ ଅଲ ଜମାନ ମସଜିଦରେ ଲୋକମାନେ ଏକାଠି ହୋଇଥିଲେ।

ଏହି ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ମୃ-ତ୍ୟୁ ସଂଖ୍ୟା ୧୦୦ ପାର କରିଥିବା ବେଳେ ୧୭୦ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଲେମାନୀଙ୍କ ମୃ-ତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା।

ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ। ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ।

ଇରାନର ଡେପୁଟି ଗଭର୍ଣ୍ଣର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ୨୦୨୦ ମସିହାରେ ଡ୍ରୋନ୍ ଆକ୍ରମଣରେ ଆମେରିକା ଜେନେରାଲ କାସୀମ ସୁଲେମାନିଙ୍କୁ ହତ୍ୟା କରିଥିଲା।

ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନଙ୍କ ପରେ ସୁଲେମାନି ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରାସ୍ତାରେ ଅନେକ ମୃ-ତ-ଦେ-ହ ଦେଖିବାକୁ ମିଳିଛି।

ଇରାନ ରାଜ୍ୟ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଭିଡିଓରେ ବିସ୍ଫୋରଣ ପରେ ବହୁ ସଂଖ୍ୟାରେ ଲୋକ ପଳାଇଥିବାର ଦେଖାଯାଇଛି। ଏଭଳି ପରିସ୍ଥିତିରେ ମୃ-ତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *