ବେଙ୍ଗର ଚାରିପଟରେ ଟାଣିଦେଲେ ଗୋଲ ଗାର, ତାପରେ ଯାହା ହେଲା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ଦେଖନ୍ତୁ ଏହି ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ସେହି ଭିଡିଓଗୁଡିକୁ ପ୍ରାୟତଃ ଦେଖିଥିବେ, ଯେଉଁଥିରେ କୌଣସି ବ୍ୟକ୍ତି ଚଟାଣରେ ଯାଉଥିବା ପିମ୍ପୁଡି ସାମ୍ନାରେ ଗାର ଟାଣିଦିଅନ୍ତି ଏବଂ ପିମ୍ପୁଡି ନିଜ ରାସ୍ତା ହିଁ ବଦଳାଇ ଦିଏ | ଅନେକ ଭିଡିଓରେ ପେନସିଲ ଦ୍ୱାରା ପିମ୍ପୁଡିର ଆଖପାଖରେ ଗୋଲ କରି ଗାର ଟାଣିଦିଅନ୍ତି ଏବଂ ସେ ସେହି ଗୋଲ ଭିତରେ ହିଁ ଏପଟ ସେପଟ ହୋଇ ବୁଲିବାକୁ ଲାଗେ | ଆଜିକାଲି ଏପରି ଗୋଟିଏ ଭିଡିଓକୁ ବହୁତ ଦେଖାଯାଉଛି | ଭିଡିଓଟି ବେଙ୍ଗ ସହିତ ଜଡିତ ଏବଂ ଏଥିରେ ଏମିତି କିଛି ଦୃଶ୍ୟ ରହିଛି ଯାହାକୁ ଦେଖିଲେ ବିଶ୍ୱାସ କରିହେଉ ନାହିଁ |

୧୭ ସେକେଣ୍ଡରେ ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ବେଙ୍ଗ ଚଟାଣରେ ଅଛି ଏବଂ ଠିକ ସେତିକିବେଳେ ଜଣେ ବ୍ୟକ୍ତିଙ୍କର ବେଙ୍ଗ ସହିତ ମଜା କରିବାକୁ ଇଚ୍ଛା ହେଲା | ଏହି ଭିଡିଓରେ ଦେଖାଯାଇପାରେ ଯେ ବ୍ୟକ୍ତିଜଣକ ବେଙ୍ଗର ଆଖପାଖରେ ଗୋଲ କରି ଗାର ଟାଣିଦେଲେ ଏବଂ ବେଙ୍ଗକୁ ଟିକେ ଛୁଇଁଦେଲେ | ବ୍ୟକ୍ତିଙ୍କ ଛୁଇଁବାପରେ ବେଙ୍ଗ ତୁରନ୍ତ ଆଗକୁ ବଢିବାକୁ ଲାଗିଲା ଏବଂ ଗୋଲ ଗାର ପାଖରେ ପହଞ୍ଚିଗଲା | ବ୍ୟକ୍ତିଜଣକ ଏହାପରେ ପୁଣିଥରେ ବେଙ୍ଗକୁ ଟଚ କଲେ, କିନ୍ତୁ ଏହାପରେ ଯାହା ହେଲା ତାକୁ ଦେଖି ସତରେ ଆଶ୍ଚର୍ଯ୍ୟ ଲାଗିଲା |

ଦେଖନ୍ତୁ ମଜାଳିଆ ଭିଡିଓ :-

ବାସ୍ତବରେ ବ୍ୟକ୍ତିଜଣକ ବେଙ୍ଗ ସହିତ ମସ୍ତି କରିବାପାଇଁ ବେଙ୍ଗକୁ ଅନେକଥର ଛୁଇଁଲେ ଏବଂ ଠେଲିଲେ, କିନ୍ତୁ ବେଙ୍ଗ ସେହି ଗାରକୁ ଅତିକ୍ରମ କରିବାପାଇଁ ବିଲକୁଲ ହଲିଲାନାହିଁ | ଏହାପରେ ବ୍ୟକ୍ତିଜଣକ ବହୁତ ହସିଲେ | ଏହି ମଜାଳିଆ ଭିଡ଼ିଓଟିକୁ ଟ୍ୱିଟରରେ ViralHog ନାମକ ହ୍ୟାଣ୍ଡେଲରେ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଥର ଦେଖାଗଲାଣି | ଭିଡିଓ ଦେଖିବାପରେ ୟୁଜର୍ସମାନେ ବହୁତ ଲାଇକ କରୁଛନ୍ତି ଏବଂ ଅନେକ ପ୍ରକାରର ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

Leave a Comment

Your email address will not be published. Required fields are marked *

Scroll to Top