ରାଜ୍ୟ ଖବର

ମହିଳା ଙ୍କୁ କମେଣ୍ଟ କରିବାରୁ ବିଚ୍ ରାସ୍ତା ରେ ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଙ୍କୁ ଲୋକେ ଗୋଡେଇ ଗୋଡେଇ ପିଟିଲେ..

ବିଚ୍ ରାସ୍ତା ରେ ନିସ୍ତୁକ ମାଡ଼ ମାରିଛନ୍ତି ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଙ୍କୁ। ଗୋଡ଼େଇ,ଟାଣି ଓଟାରି ,ଗୁଡେଇ ତୁଡେଇ ଧୁମ୍ ମାରିଛନ୍ତି ଲୋକମାନେ। କିଏ ହାତ ରେ ମାରିଲେ ,ଆଉ କିଏ ଗୋଡ଼ରେ ଏବଂ ଆଉ କିଏ ମଧ୍ୟ ମୁହଁକୁ ଚପଲ ରେ ମାରିଥିଲେ।ମାଡ଼ ଖାଉଥିବା ବାବୁ ଜଣଙ୍କ ହେଉଛନ୍ତି ଚିଲିକା ବ୍ଲକର ବି. ପି. ଏମ୍ ବିଜୟ କୁମାର ସାହୁ।

 

ଜଣେ ମହିଳାଙ୍କୁ କିଛି ଦିନ ହେବ କମେଣ୍ଟ୍ କରୁଥିଲେ। ଅ-ଶ୍ଲୀ-ଳ ଇଂଗିତ ପ୍ରଦର୍ଶନ କରିଥିଲେ।ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା ।ଏହି ଘଟଣାକୁ ନେଇ ସଂପୃକ୍ତ ମହିଳା ଏବଂ ତାଙ୍କ ସ୍ବାମୀ ବି. ପି. ଏମ୍ କୁ ଏହି ବାବଦରେ ମଧ୍ୟ ପଚାରିଥିଲେ।କିନ୍ତୁ ବି .ପି .ଏମ୍ ବାବୁ ଜଣଙ୍କ ଖସି ଯିବାକୁ ଚେଷ୍ଟା କରିଥିଲେ।କିନ୍ତୁ ମହିଳା ଜନଙ୍କ ତାଙ୍କୁ କାବୁ କରି ଦେଇଥିଲେ।

 

ମହିଳାଙ୍କୁ ଧକା ମାରିବା ସହିତ ତାଙ୍କ ସ୍ବାମୀ କୁ ମଧ୍ୟ ଧକା ମାରି ଚମ୍ପଟ୍ ମାରିବାକୁ ବାହାରିଥିଲେ ବି .ପି .ଏମ୍ ବାବୁ । ଏତିକି ବେଳେ ରାସ୍ତାରେ ଯାଉଥିବା ଲୋକମାନେ ଅଟକି ରହି ଏସବୁ ଦେଖୁଥିଲେ ଏବଂ ଏହି ଘଟଣା କୁ ଦେଖି ବି. ପି. ଏମ୍ ଙ୍କୁ ବହୁତ୍ ମାରିଥିଲେ।ଯେଉଁ ଲୋକ ଚାହିଁଲେ ସେ ମାରିଲେ।

ଏହି ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ ଚେନ୍ଦେଶ୍ୱର ଛକ ପାଖରେ।ଏହି ଘଟଣାକୁ ନେଇ ଅଭିଯୋଗ ହେଲା ପରେ ଅଭିଯୋଗକୁ ଭିତ୍ତି କରି ଟାଙ୍ଗୀ ଥାନାରେ ଦୁଇଟି ମାମଲା ରୁ୍ଜୁ ହୋଇଛି। ଟାଙ୍ଗୀ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *