ଆଇପିଏଲ ଖେଳି ଖେଳି ଭାରତ ଟିମ୍ ଜାତୀୟ ମ୍ୟାଚ୍ ଖେଳିବା ଭୁଲି ଗଲେଣି

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମଧ୍ୟ ମ୍ୟାଚ୍ ହାରିଛି, ବର୍ତ୍ତମାନ ଟିମ୍ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ହ୍ରାସ ପାଉଛି।

ଟିମ୍ ଇଣ୍ଡିଆ ଟି -20 ବିଶ୍ୱକପ୍‌ରେ ଉଭୟ ଓପନିଂ ମ୍ୟାଚ୍ ହାରିଛି। ପାକିସ୍ତାନ ପରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭାରତକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି।

ସେମିଫାଇନାଲରେ ପ୍ରବେଶ କରିବାକୁ ବିରାଟ କୋହଲିଙ୍କ ଦଳର ରାସ୍ତା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। କେବଳ ଏକ ଚମତ୍କାର ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ସେମିଫାଇନାଲକୁ ନେଇପାରିବ

ଟିମ୍ ଇଣ୍ଡିଆ ର ବ୍ୟାଟ୍ସମ୍ୟାନ୍ ମାନେ ଯେଉଁଭଳି ଭାବେ ଗୋଟେ ପରେ ଗୋଟେ ୱିକେଟ୍ ହରେଇ ଚାଲିଲେ ତାହା ଦେଖିଲେ ଜଣାପଡୁଛି ଭାରତୀୟ ଟିମ୍ ର ଟିକେ ବି ଇଚ୍ଛା ନଥିଲା ମ୍ୟାଚ୍ ଜିତିବାରେ, ପ୍ରଥମେ କେ ଏଲ୍ ରାହୁଲ, ତାପରେ ରୋହିତ ତାପରେ କୋହଲି ଯେଉଁ ଭଳି ଭାବେ ଆଉଟ୍ ହେଲେ ତାହା ଦେଖିଲେ ଜଣାପଡୁଛି ସେମାନେ କ୍ଳାନ୍ତ ହୋଇ ଖେଳୁଛନ୍ତି

ଯେତେବେଳେ ଟିମ୍ ଇଣ୍ଡିଆ ଟି -20 ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟରେ ପ୍ରବେଶ କରିବାକୁ ଯାଉଥିଲା, ସେତେବେଳେ ବିରାଟ କୋହଲି ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ। ଟି -20 ଫର୍ମାଟରେ ଅଧିନାୟକ ଭାବରେ ଏହା ବିରାଟ କୋହଲିଙ୍କ ଶେଷ ଟୁର୍ନାମେଣ୍ଟ, ତେଣୁ ଏହା ମଧ୍ୟ ଟିମ୍ ର ମନୋବଳ ଭାଙ୍ଗିଲା

ତେବେ ଏବେ ଭାରତ ହାତରେ ତିନି ଟି ଶେଷ ସୁଯୋଗ , ଯଦି ଏଇ ତିନିଟି ମ୍ୟାଚ୍ ରେ ଭାରତ ଭଲ ଅଙ୍କ ରେ ଜିତିବ ତାହାଲେ ହିଁ ଭାରତ ସେମିଫାଇନାଲ ଯାଇପାରିବ,

Leave a Comment

Your email address will not be published. Required fields are marked *

Scroll to Top