ଭାଇରାଲ ଭିଡିଓ

ବିଫଳ ହେଲା ପ୍ରାର୍ଥନା : ସବୁ ଦିନ ପାଇଁ ଆଖି ବୁଜିଲେ ଅମ୍ରିତ, ୫ ମାସ ଥିଲେ ମେଡ଼ିକାଲ ବେଡ ରେ..

ଆପଣ ମାନେ କୋରନା ମହାମାରୀ ରେ ଆମ ଦେଶ ରେ କେଉଁ ପ୍ରକାର ପରିସ୍ଥିତି ହୋଇଥିଲା ଆପଣ ମାନେ ତାହା ଜାଣିଛନ୍ତି । ସବୁ କ୍ଷେତ୍ର ରେ ଏହାର ପ୍ରଭାବ ପଡିଥିଲା । ପିଲା ଙ୍କ ପାଠ ପଢ଼ାଠୁ ନେଇକି ଚାକିରୀ ଯାଏ ସବୁଠି ଲୋକ ମାନଙ୍କୁ ଅସୁବିଧା ର ସମୁଖୀନ ହେବାକୁ ପଡିଛି । ତେବେ କୋରନା ମହାମାରୀ ରେ ସବୁ ଲୋକ ବହୁତ ହଇରାଣ ହୋଇଛନ୍ତି । କେତେକଙ୍କ ପରିବାର ର ବି ନଷ୍ଟ କରିଦେଇଛି ଏହି ମହାମାରୀ । ବାପା ମା ଠୁ ଛୁଆ ଙ୍କୁ ଛଡେଇ ନେଇଛି ତ କଉଠି ଛୁଆ ମାନେ ଅନାଥ ହୋଇଯାଇଛନ୍ତି । ତେବେ ଏମିତି ଏକ ଦୁଃଖ ର ଖବର ସମ୍ପର୍କରେ ଆସନ୍ତୁ ନଜର ଦେବା ।

ଇକମୋ ଚିକିତ୍ସା ଏହି ସମ୍ପର୍କରେ ତ ଆପଣ ମାନେ ଶୁଣିଥିବେ । ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବର ରୁ ଚେନ୍ନାଇ କୁ ଏୟାର ଲିଫ୍ଟ ରେ ଯାଇଥିଲେ ଅମ୍ରିତ ପ୍ରଧାନ । ପ୍ରଥମେ ସେ ଭୁବନେଶ୍ୱର ର ଚିକିତ୍ସା ହେଉଥିଲେ । ହେଲେ ପରେ ତାଙ୍କ ଶରୀର କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା । ଅମ୍ରିତ ଜଣେ ସାଧାରଣ ପରିବାର ର ପିଲା । ହେଲେ ତାଙ୍କର ଏହି ଭଳି ଚିକିତ୍ସା ପାଇଁ ସମସ୍ତେ ସାହାଯ୍ୟ ର ହାତ ବଢ଼େଇଥିଲେ । ଦେଶ ବିଦେଶ କୋଣ ଅନୁକୋଣ ସବୁଠି ଲୋକ ମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଓ ଲକ୍ଷ ଲକ୍ଷ ଟଙ୍କା ସାହାଯ୍ୟ ମଧ୍ୟ ମିଳୁଥିଲା ।

ହେଲେ ତାଙ୍କ ଚିକିତ୍ସା ବହୁତ ଭଲ ରେ ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହୁନଥିଲା । ଶେଷରେ ସେହି ମେଡିକାଲ ର ଡାକ୍ତର ଙ୍କ ପରାମର୍ଶ ଥିଲା ଯେ ଅମ୍ରିତ ଙ୍କ ଫୁସଫୁସ ପ୍ରତ୍ୟାରୋପଣ ର ଆବଶ୍ୟକତା ରହିଛି । ଏବଂ କୋଡ଼ିଏ ଘଣ୍ଟା ଲାଗି ଡାକ୍ତର ମାନେ ସଫଳତା ର ସହ ଏହି ଫୁସଫୁସ ପ୍ରତ୍ୟାରୋପଣ କରିଥିଲେ । ହେଲେ ଭଗବାନ ଙ୍କ ଇଚ୍ଛା ବୋଧେ କିଛି ଭିନ୍ନ ଥିଲା । ଏତେ ଚେଷ୍ଟା ପରେ ବି ଆଖି ବୁଜିଦେଲେ ଅମ୍ରିତ । ୧୪୧ ଦିନ ଇକମୋ ଚିକିତ୍ସା ରେ ରହିବା ପରେ ସବୁଦିନ ପାଇଁ ଚାଲିଗଲେ ସେ ।

ସତରେ ବହୁତ ଦୁଃଖ ର ଖବର । ତାଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ଭଉଣୀ ଜଣେଇଥିଲେ । ତେବେ ସମସ୍ତଙ୍କ ଆଶା ଥିଲା ଯେ ଅମ୍ରିତ ସୁସ୍ଥ ହେଇ ଫେରିବେ । ତାଙ୍କ ଚିକିତ୍ସା ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା । ହେଲେ ଜୀବନଯୁଦ୍ଧ ରେ ହାରିଗଲେ ସେ । ତେବେ ତାଙ୍କର ଆତ୍ମା ର ସଦଗତି ହେଉ ଏହା ସମସ୍ତଙ୍କ ପ୍ରାଥନା ।

Leave a Reply

Your email address will not be published. Required fields are marked *