ରାଜ୍ୟ ଖବର

ରାତି ଅଧରେ ପିକନିକ ରୁ ଫେରୁଥିଲେ, ହଠାତ ସମସ୍ତଙ୍କୁ ଲାଗିଲା ଭୂତ ଆଉ ତା ପରେ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୂତପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ପଶିଯାଏ। ମଣିଷଙ୍କ ବିଶ୍ବାସରେ ଭୂତପ୍ରେତ ରହିଥିଲେ ସୁଦ୍ଧା ବିଜ୍ଞାନ କିନ୍ତୁ ଏହାକୁ ମାନେ ନାହିଁ।

କିନ୍ତୁ ବେଳେବେଳେ କିଛି ଏମିତି ଦୃଶ୍ୟ ଦେଖିବାକୁ ପଡେ ଯାହା ଭୂତପ୍ରେତ ଉପରେ ବିଶ୍ବାସ ନ କରିବା ଲୋକ ମନରେ ମଧ୍ୟ ଭୟ ସୃଷ୍ଟି କରେ। ଏହିପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହା ଦେଖିବା ଲୋକକୁ ଭୟ ଯେତିକି ଲାଗୁଛି ଅବିଶ୍ଵାସ ମଧ୍ୟ ସେତିକି ହେଉଛି।

ବନ୍ଧୁଗଣ ଘଟଣାଟି ହେଉଛି କିଛି ଛାତ୍ରଛାତ୍ରୀ ଏକ ବସ୍ ଯୋଗେ ପଞ୍ଚଲିଙ୍ଗେଶ୍ୱର ପିକନିକ ଯାଉଥିଲେ। ବାଟରେ କିଛି ଛାତ୍ରଙ୍କ ଆଚାର ବ୍ୟବହାର ବଦଳିଗଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନା ଆଣିବାରୁ ସେମାନଙ୍କର ଚିକିତ୍ସା ଚାଲିଛି।

ତେବେ ବନ୍ଧୁଗଣ ଭୂତ ଲାଗି ଚାରି ନାବାଳିକା ଏବଂ ଜଣେ ନାବାଳକ ଗୁରୁତର। ମିଳିଥିବା ସୂଚନା ଅନୁସାରେ, ସୋରର ବିଭିନ୍ନ ସ୍କୁଲରେ ଗେଲ୍ଲି ପାତ୍ର ଟିଉସନ୍ କରନ୍ତି।

ଟିଉସନ୍ ହେଉଥିବା ପ୍ରାୟ ୨୨ ଛାତ୍ରଛାତ୍ରୀ ଏକ ବସ ଯୋଗେ ପିକନିକ ଯାଉଥିଲେ। ପଞ୍ଚୁଲିଙ୍ଗେଶ୍ୱର୍, ରେମୁଣା ଜଗନ୍ନାଥ ମନ୍ଦିର, କ୍ଷୀରଚୋରା ଓ ଚାନ୍ଦିପୁର ସି ବିଚ୍ ବୁଲାବୁଲି କରି ଫେରିଲା ବେଳେ

ହଠାତ୍ ବରଫ କଳ ଠାରେ ଭବାନୀ ନାୟକ, ଶେଫାଳୀ ନାୟକ, ସସ୍ମିତା ବେହେରା ଓ ନାମିତ ବେହେରା ନାମକ ୩ ଛାତ୍ରୀ ଏବଂ ଜଣେ ଛାତ୍ର ଅଜବ ବ୍ୟବହାର କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

ଯାହାଫଳରେ ସେମାନଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତରଖାନା ସାମ୍ନାରେ ସେମାନେ ଚିତ୍କାର କାର କରି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏପଟେ ଛାତ୍ରଛାତ୍ରୀଙ୍କ ଦେହରେ ଭୂତ କିମ୍ବା ପିଚାଶ ଲାଗିଥିବା ସମ୍ପର୍କୀୟ କହୁଛନ୍ତି।

ହେଲେ ଏକା ବେଳେ ୪ ଜଣ ଏଭଳି ଅସ୍ୱାଭାବିକ ଆଚରଣ ସ୍ଵାଭାବିକ ନୁହେଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *