ରାଜ୍ୟ ଖବର

ଶାନ୍ତିରାଜଙ୍କ ମୃତ୍ୟୁ ପରେ ପ୍ରେମାନନ୍ଦ ରଖିଲେ ପ୍ରତିକ୍ରିୟା

ଶାନ୍ତିରାଜଙ୍କ ମୃତ୍ୟୁରେ ଗଭୀର ମର୍ମାହତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ତାଙ୍କର ମୃତ୍ୟୁର ଦୁଃଖକୁ ସହିନପାରି ଏକ ଭିଡିଓ ଜାରି କରିଛନ୍ତି। ପ୍ରେମାନନ୍ଦଙ୍କ କହିବା ଅନୁସାରେ ସେ ଗତ କିଛିଦିନ ପୂର୍ବରୁ ଶାନ୍ତିରାଜଙ୍କ ସହ ପଟ୍ଟନାୟକ ବାବୁଙ୍କ ଘରେ ଦେଖା ହୋଇଥିଲେ ଏବଂ କରୋନାକୁ ସେ ବହୁତ ହାଲୁକା ଭାବରେ ନେଇଥିଲେ, ଯେଉଁଥିପାଇଁ ଆଜି ଶାନ୍ତିରାଜ ଏ ଦୁନିଆରେ ନାହାନ୍ତି।

ପ୍ରେମାନନ୍ଦ ସବୁବେଳେ ମନେ ରଖିବେ ବୋଲି କହିଛନ୍ତି। ସମସ୍ତ ଓଡିଶାବାସୀଙ୍କୁ କରୋନା ପ୍ରତି ସଜାଗ ରହିବା ପାଇଁ ଆକୁଳ ଆବେଦନ କରିଥିଲେ। ଏବଂ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥର୍ନା କରିବା ସହ ଏ ଦୁଃଖ ସମୟରେ ତାଙ୍କ ପରିବାରକୁ ସାହସ ଦେବା ପାଇଁ ଇଶ୍ଵରଙ୍କ ନିକଟରେ ପ୍ରାଥର୍ନା କରିଥିଲେ। ଶାନ୍ତିରାଜ ଅନେକ ସଙ୍ଗୀତ, ନିର୍ଦ୍ଦେଶ ତଥା ଗାୟକ ଭାବେ ପରିଚିତ ଥିଲେ। ଓଡିଆର ଅନେକ ଫିଲ୍ମ ଓ ଆଲବମରେ ତାଙ୍କର ଯାଦୁ ଦେଖିବା ପାଇଁ ମିଳିଥିଲା।

ମତେ ଆଣିଦେଲା ଲକ୍ଷେ ଫଗୁଣ, ଧନରେ ରଖିବୁ ଶପଥ ମୋର, ତୋର ମୋର ଯୋଡି ସୁନ୍ଦର, ବାଇଶି ପାହାଚେ ଖେଳିବ ମୀନ ଫିଲ୍ମରେ ଶାନ୍ତିରାଜ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ମୃତ୍ୟୁରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅପୂରଣୀୟ କ୍ଷତି ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିବା ସମୟରେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କର ପରିବାର ଲୋକ ଟତାଙ୍କୁ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଓଲିଉଡ ଜଗତରେ ପ୍ରଭାବ ପଡିଛି। ଯାହାଫଳରେ ସମସ୍ତଙ୍କର ମନରେ ଶୋକର ଛାୟା ଖେଳିଯାଇଛି।

ତାଙ୍କର ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ତାଙ୍କ ସହ କାମ କରୁଥିବା କର୍ମଚାରୀ ଓ ତାଙ୍କର ପରିଜନମାନେ। ହଠାତ ତାଙ୍କର ମୃତ୍ୟୁ ହୋଇଛି ବୋଲି କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାଥର୍ନା କରୁଛନ୍ତି।

Leave a Reply

Your email address will not be published. Required fields are marked *