ରାଜ୍ୟ ଖବର

ଦର ଦାମ ପ୍ରତିବାଦ ନା ଯାତ୍ରା ମଇଦାନ??

ଆପଣ ମାନେ ଏବେ ର ଦରଦାମ ଙ୍କୁ ନେଇ ନିଶ୍ଚିତ ଭାବରେ ଚିନ୍ତା ରେ ଥିବେ । ଆଜି ର ସମୟ ରେ ଦିନ କୁ ଦିନ ଦରଦାମ ବହୁତ ବଢିବାକୁ ଲାଗିଛି । ବହୁତ ଲୋକ ଏହି ଦରଦାମ ବୃଦ୍ଧି କୁ ନେଇ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି । କୋରନା ମହାମାରୀ ରେ ଲୋକ ମାନଙ୍କ ଗୁଜୁରାଣ ରେ ବହୁତ ପ୍ରଭାବ ପଡିଥିଲା ସେ ସବୁ ର ସମସ୍ୟା ନ ଯାଉଣୁ ଏହିପରି ଦରଦାମ ର ହୁ ହୁ ହୋଇ ବଢିବା ବହୁତ ଲୋକ ଙ୍କ ପାଇଁ ବହୁତ ସଙ୍ଗୀନ ପରିସ୍ଥିତି ଛିଡା କରିଛି ।

 

କେମିତି ପରିବାର ଚଳିବ ? କେମିତି ସମସ୍ତେ ଖାଇ ପିଇ ଖୁସି ରେ ରହିବେ ସେହି ଟେନସନ୍ ରେ ଏବେ ସମସ୍ତେ ରହୁଛନ୍ତି । ତେବେ ଆମ ଦେଶ ରେ ସରକାର କିଛି ନିଷ୍ପତ୍ତି ନେଲେ କିମ୍ବା କିଛି ବି ଖରାପ ହେଲେ ବିରୋଧୀ ଦଳ ତରଫରୁ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରତିବାଦ ହୋଇଥାଏ । ତେବେ ଯେତେବେଳେ ସାଧରଣ ଲୋକ ଙ୍କ ପାଇଁ କିଏ ପ୍ରତିବାଦ କଲେ ସମସ୍ତେ ଆଶା କରିଥାନ୍ତି ଯେମିତି ତାଙ୍କ ଦୁଃଖ ର ସ୍ୱର ସେମାନେ ସରକାର ଙ୍କ ପାଖରେ ପହଞ୍ଚେଇବେ ।

 

ସେହିପରି ଦରଦାମ ବୃଦ୍ଧି କୁ ନେଇ ମହିଳା ଜନତା ଦଳର ବିକ୍ଷୋଭ ମଧ୍ୟ ହୋଇଥିଲା ।ତେଲ ଦର ବଢିବା ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ମଧ୍ୟ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ମୋଦି ସରକାର କୁ ଟାର୍ଗେଟ କରିଥିଲା ବିଜେଡି । ଏହି ପ୍ରସଙ୍ଗ ବହୁତ ମୂଲ୍ୟବାନ । ହେଲେ ଆପଣ ମାନେ ପ୍ରତିବାଦ ଭିତରେ ଦେଖିବେ ହସ ଖୁସି ର ମାହୋଲ । ସେଲଫି ନେବାରେ ସମସ୍ତେ ବେସ୍ତ । ଏମିତି କି ଫୋଟ କେମିତି ଉଠିବ ସେଥିପାଇଁ ବେଶି ଆଗ୍ରହୀ । ଆପଣ ଏହି ପ୍ରତିବାଦ ରେ ଆପଣ କେଉଁଠି ସିରିୟସନେସ ପାଇବେ ନାହିଁ ।

 

ଏହି ସଙ୍କଟ ସମୟରେ ଦରଦାମ ର ଦାଉ ସାଧରଣ ଜନତା ଙ୍କ ଉପରେ ବହୁତ ଭାରି ପଡିଛି । ଆୟ ଠୁ ଅଧିକା ବ୍ୟୟ ହେଉଛି ଯାହା ମୁଣ୍ଡବ୍ୟଥା ର କାରଣ ହେଉଛି । ତେବେ ଏହି ଘଟଣା କୁ ଗମ୍ଭୀରତା ସହ ନେଇ ଲୋକ ଙ୍କ ଦୁଃଖ ଓ କଷ୍ଟ କୁ ସରକାର ଙ୍କ ପାଖରେ ପହଞ୍ଚେଇପାରିଲେ ସମସ୍ତେ ଏହି କଷ୍ଟ ରୁ ମୁକ୍ତି ପାଇପାରିବେ । ତେବେ ଏହି ଘଟଣା କୁ ନେଇ ଯଦି କେହି ଗମ୍ଭୀରତା ସହ ନନେବେ ତେବେ ତାହା କେତେଦୂର ଯୁକ୍ତିଯୁକ୍ତ ତାହା ଆପଣ ମାନେ ବିଚାର କରନ୍ତୁ ।

Leave a Reply

Your email address will not be published. Required fields are marked *