ଆପଣମାନେ ଯଦି ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ହିରୋଇନ୍ ରଚନା ବାନାର୍ଜୀଙ୍କୁ ନିଶ୍ଚୟ ଜାଣିଥିବେ।ସେ ବେଙ୍ଗଲୀ ହିରୋଇନ୍ ହୋଇ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଚଳଚ୍ଚିତ୍ର କରିଛନ୍ତି ଲୋକମାନେ ଖୁବ୍ ଭଲ ପାଇଛନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ମନ କିଣି ନେଇଛନ୍ତି।
ରଚନା ଓଡ଼ିଆରେ ବହୁତ୍ ଚଳଚ୍ଚିତ୍ର କରିଛନ୍ତି।ଏବଂ ସବୁ ଫିଲ୍ମ୍ ସୁପରହିଟ ହୋଇଛି।ସେ “ସନ୍ତାନ”,”ଧର୍ମ ସହିଲେ ହେଲା”,”ଗଙ୍ଗା ଯମୁନା”,”ସୁହାଗ ସିନ୍ଦୂର”,”ଲକ୍ଷ୍ମଣରେଖା”,”ରକ୍ତ ସିନ୍ଦୁର”,”ଲକ୍ଷ୍ମୀ ପ୍ରତିମା”,”ସେହି ଝିଅଟି”,”ମହା ସତୀ ସାବିତ୍ରୀ”,”ରାକ୍ଷୀ ଭିଜିଗଲା ଆଖି ଲୁହରେ”।
“ସିନ୍ଦୂର ନୁହେଁ ଖେଳଘର “,”ଦାନବ”,”ନାୟକ ନୁହେଁ ଖଳନାୟକ”,”ସୁନା ହରିଣୀ”,”କର୍ତ୍ତବ୍ୟ”ଏହିପରି ବହୁତ୍ ହିଟ୍ ଚଳଚ୍ଚିତ୍ର କରିଛନ୍ତି।ଅଭିନେତ୍ରୀ ରଚନା ବାନାର୍ଜୀ ପ୍ରଥମ ଥର ଓଡ଼ିଆ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏବଂ ସେ କହିଥିଲେ ଏଠି କିଏ ଓଡ଼ିଆ ଲୋକ ଅଛନ୍ତି କି?ସେମାନଙ୍କୁ ନମସ୍କାର ଜଣେଇଥିଲେ।କହିଛନ୍ତି ସେ ବହୁତ୍ ଓଡ଼ିଆ ଚଳଚ୍ଚିତ୍ର କରିଛନ୍ତି।ସେ ଓଡ଼ିଆ ଭୁଲି ନାହାନ୍ତି।ସେ ଓଡ଼ିଆ ଲୋକଙ୍କୁ ବହୁତ୍ ଭଲ ମଧ୍ୟ ପାଆନ୍ତି।ସେ ଓଡ଼ିଆରେ”ନା ନା ମତେ କରନି ମନା”ଏହି ଗୀତ ଗାଇଥିଲେ।