ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି ଯେଉଁ ଜାଗାକୁ ଯିବା ପାଇଁ ଲୋକମାନଙ୍କୁ ଭୟ ଲାଗିଥାଏ।ଏମିତି ଭୂତ କଥା କହିଲେ ପ୍ରାୟତଃ ସମସ୍ତଙ୍କ ମନରେ ଏକ ଅଜଣା ଭୟ ଚାଲିଆସେ।
ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ସତରେ କଣ ଭୂତ ପ୍ରେତ ଅଛନ୍ତି କି?କିଛି ଲୋକ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଥିଲା ବେଳେ ଅନ୍ୟ କିଛି ଲୋକ ମଜାକ୍ ରେ ମଧ୍ୟ ଉଡେଇ ଦେଇଥାନ୍ତି ।
ଅନେକ ସମୟରେ ଫିଲ୍ମ ରେ ଆମେ ଭୂତର ଝଲକ ମଧ୍ୟ ଦେଖିଥାଉ।ଏଭଳି ଓଡ଼ିଶାରେ ଥିବା ଭୂତଙ୍କ ବାସସ୍ଥଳି ବିଷୟରେ ଜାଣିବା ।
1 – କଟକ ହଷ୍ଟେଲ – ସାଧାରଣତଃ ଗାଁ ଗହଳିରେ ଭୂତ ପ୍ରେତଙ୍କ ଉପରେ ଅଧିକ ଆଲୋଚନା ହୋଇଥାଏ।କିନ୍ତୁ ସହରରେ ଭୂତ କଥା କହିଲେ ଲୋକ ହସିଥାନ୍ତି।
କିନ୍ତୁ କଟକ ରେ ଏମିତି ଏକ ହଷ୍ଟେଲ ରହିଛି ଯେଉଁଠି ଅତୃପ୍ତ ଆ-ତ୍ମାର ଅନୁଭବ କରିଛନ୍ତି କିଛି ଲୋକ।ଅନେକ ଲୋକ ସେହି ପ୍ରେତାତ୍ମା କୁ ଦେଖିଛନ୍ତି ବୋଲି କହିଛନ୍ତି।
2- ମଙ୍ଗଳଦାଡି – ମଙ୍ଗଳଦାଡି ରେ ରହିଛି ଏକ ନଷ୍ଟ ହୋଇଯାଇଥିବା ପୁରୁଣା ବରଗଛ। ସୂର୍ଯ୍ୟ ଢଳିବା ମାତ୍ରେ ଏହି ଗଛ ଥିବା ବାଟରେ ଲୋକ ଯିବା ଆସିବା କରିବା ପାଇଁଁ ଡରିଥାନ୍ତି।ସ୍ଥାନୀୟ ବାସିନ୍ଦା କହିବା ଅନୁଯାୟୀ ଏଠାରେ ଏକ ଭୂତ ଅଛି। ରାତି ସମୟରେ ଖେଳୁଥିବା ବେଳେ ଏହି ଗଛ ପାଖରେ ଗର୍ଜନ ଶବ୍ଦ ଶୁଣାଯାଏ ବୋଲି କେତେ ଲୋକ କହିଛନ୍ତି।
ଏପରିକି ଗଛ ପାଖରେ କେହି ଜଣେ ମହିଳା ଗୁରୁଣ୍ଡି ଥିବାର ଦେଖିଛନ୍ତି।ଏହି ଗଛ କୁ ଯଦି ଭୁଲ୍ ରେ କିଏ ଛୁଇଁ ଦିଏ ରୋଗରେ ପଡି ପ୍ରାଣ ହରାଇବାର ନଜର ଆସିଛି। ଗଛଟି ଏକୋଇଶି ଜଣ ଜୀବନ ନେଇସାରିଲାଣି।
3 – ରାଜ୍ୟ ରାଜପଥ – ଭୁବନେଶ୍ଵରରେ ୫୦ କିଲୋମିଟର ଦୂରରେ ଥିବା ରାଜ୍ୟ ରାଜପଥ ଏକ ନିର୍ଦ୍ଧିଷ୍ଟ ଜାଗା ଅଛି।ଯେଉଁଠି ରାତିରେ ଯିବାବେଳେ ଯଦି କେହି ମର୍ଡନ୍ ପୋଷାକ ସହିତ ମୁଣ୍ଡ ଚୁଟି ଖୋଲା ରଖିବା ଯୁବତୀ ଲିଫ୍ଟ ମାଗନ୍ତି ତେବେ ସାବଧାନ ହେଇଯାନ୍ତୁ।
ଲିଫ୍ଟ ମାଗୁଥିବା ଯୁବତୀ ଜଣଙ୍କ ହୁଏତ ମୃ-ତ୍ୟୁ ବ୍ୟକ୍ତି ହୋଇଥାଇ ପାରନ୍ତି। କିଛିଦିନ ପୂର୍ବେ ସଡ଼କ ଦୁ-ର୍ଘ-ଟ-ଣାରେ ଯୁବତୀ ଏକ ପ୍ରାଣ ହରାଇଥିଲେ।ସେବେଠାରୁ ସେହି ସ୍ଥାନଦେଇ ଯାଉଥିବା ଗାଡ଼ି ଯୁବତୀ ଆ-ତ୍ମା ଲିଫ୍ଟ ମାଗିଥିଲେ କିଛି କହିଛନ୍ତି ଏବଂ କେତେଜଣ ଅଙ୍ଗେ ଲିଭେଇଛନ୍ତି ବୋଲି କହିଛନ୍ତି।
4 – କଟକ ରିଙ୍କରୋଡ – ଦିନ ଥିଲା କଟକ ସହରର ଅନ୍ୟ ଏକ ଭୟଭୀତ ସ୍ଥାନ ଥିଲା ରିଙ୍କରୋଡ। ରାତି ହେଲେ ଏଠାରେ ଭୂତ ପ୍ରେତଙ୍କ ଉତ୍ପାତ ପଢିଥାଏ ବୋଲି କେତେକ କହିଛନ୍ତି ।
ବାସ୍ତବ ଏହି ଘଟଣାର ସତ୍ୟତା ନଥିଲେ ମଧ୍ୟ କିଛି ଲୋକ ଏଭଳି ଅନୁଭବ କରିଛନ୍ତି କି ଏହି ସ୍ଥାନରେ ଭୂତ ପ୍ରେତ ଅଛି ।ରାସ୍ତା କୁ ଲାଗି ରହିଛି ଶ୍ମଶାନ ।ତେଣୁ ଅନେକ ସମୟରେ ଏଠାରେ ଅନେକ ଘଟଣା ଘଟିଥାଏ।
https://youtu.be/JXRvbhEbOLY
5 – ଜତନଗର,ଢେଙ୍କାନାଳ- ଢେଙ୍କାନାଳ ଜତନଗର ରେ ଭୂତ ରହୁଥିବାର ସେଠିକାର ଲୋକେ କହିଥାନ୍ତି।କିନ୍ତୁ ଏହାର ସତ୍ୟତା କେତେ ଦୂର ଠିକ କି ଭୁଲ୍ ।