Special Report

ରିଲ୍ସ କରିବା ହେଲା କାଳ, ସ୍ୱାମୀ ଠୁ ଆଇଫୋନ ନେଇ ପ୍ରେମିକ ସହ ଚମ୍ପଟ୍ ମାରିଲା ଚାଲାକ୍ ସ୍ତ୍ରୀ!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।

ପରକୀୟା ପ୍ରୀତି ଲୋକମାନଙ୍କୁ ଏତେ ଘାରୁଛି ଯେ ସେମାନେ ନିଜ ସ୍ବାମୀ ଆଉ ପିଲାଛୁଆଙ୍କୁ ଛାଡ଼ି ପଳାଇ ଯାଉଛନ୍ତି । ଏଭଳି କାମ ମଧ୍ୟ ସ୍ବାମୀମାନେ ବି କରୁଛନ୍ତି । ନିଜ ସ୍ତ୍ରୀ ଆଉ ପିଲାଛୁଆଙ୍କୁ ଛାଡ଼ି ପଳାଇ ଯାଇଛନ୍ତି ଏହି ସ୍ବାମୀମାନେ ।

ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି କି ଜଣେ ସ୍ତ୍ରୀ ତାର ସ୍ଵାମୀଙ୍କୁ ଛାଡ଼ି ପର ପୁରୁଷ ସହିତ ଫେରାର ହୋଇଯାଇଛି । ଏହି ସ୍ତ୍ରୀ ଜଣକ ହେଉଛନ୍ତି ସସ୍ମିତା ।

ସେ ଜ୍ଞାନେନ୍ଦ୍ରଙ୍କୁ ବିବାହ କରିଥିଲେ । ସ୍ତ୍ରୀ ରିଲ୍ସ କରିବ ବୋଲି ସ୍ବାମୀ ତାକୁ ଆଇଫୋନ୍ କିଣି କରି ଦେଇଥିଲା । ଏହି ସ୍ଵାମୀ ଜଣକ ନିଜ ସ୍ତ୍ରୀ ଫଟୋ ଉଠାଇବ ବୋଲି ତାଙ୍କୁ ଦାମିକା ଫୋନ ଦେଇଥିଲା । କିନ୍ତୁ ଏହି ସ୍ତ୍ରୀ ଜଣକ ଏଭଳି କାମ କରିବ ସେକଥା କିଏ ବା ଜାଣିଥିଲା ।

ସ୍ବାମୀ ଫୋନ ଦେବା ପରେ ସ୍ତ୍ରୀ ଜଣକ ରିଲ୍ସ କରି ନୂଆ ପ୍ରେମିକ ବନାଇଲେ । ଆଉ ସେ ତାର ପ୍ରେମିକ ସହିତ କଥା ବି ହେଲା ଆଉ ଏବେ ସେହି ପ୍ରେମିକ ଜଣକ ସହିତ ସ୍ତ୍ରୀ ଫେରାର ହୋଇଗଲା । ସ୍ବାମୀ ଜଣକ ଏବେ ସ୍ତ୍ରୀର ରିଲ୍ସ୍ ଆଉ ପୁରୁଣା ମେସେଜ ସବୁ ଦେଖୁଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଅଞ୍ଚଳରେ । ଜ୍ଞାନେନ୍ଦ୍ର ଆଉ ଏହି ଯୁବତୀ ଜଣକ ପ୍ରଥମେ ଲିଭ୍ ଇନ୍ ରିଲେଶନରେ ରହିଥିଲେ । ଆଉ ଏହାପରେ ସେମାନେ ବିବାହ କରିଥିଲେ ।

ଆଉ ବିବାହ ପରେ ସେମାନେ ଏକ ଭଡାଘରେ ରହୁଥିଲେ । ସେଠାରେ ରହିବା ବେଳେ ଏହି ଯୁବତୀ ଜଣକ ଜଣେ ଯୁବକଙ୍କୁ ଭଲପାଇ ବସିଲେ । ଆଉ ସ୍ବାମୀ ନଥିବା ବେଳେ ସେ ତାଙ୍କ ସହ ଶାରୀରିକ ସଂପର୍କ ବି ରଖିଥିଲେ । ସ୍ଵାମୀ ଜ୍ଞାନେନ୍ଦ୍ର କହିଛନ୍ତି କି ସେ ତାଙ୍କ ସ୍ତ୍ରୀକୁ ପୂର୍ବରୁ ପାଞ୍ଚୋଟି ଫୋନ ଦେଇଥିଲେ ।

ଆଉ ଏବେ ତାଙ୍କୁ ଆଇଫୋନ ଦେଇଥିଲେ । ସେ ସେଥିରେ ରିଲ୍ସ କରୁଥିଲେ । ଆଇଫୋନ ନେଇ ଯୁବତୀ ଜଣକ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି । ଏବେ ଜ୍ଞାନେନ୍ଦ୍ର ଥାନାରେ ଅଭିଯୋଗ କରିବା ସହିତ ସ୍ତ୍ରୀକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *