Special Report

ଶେଷରେ ସାମ୍ନାକୁ ଆସିଲା ସତ, ପାଣ୍ଡ୍ୟାକୁ କିଣିବାକୁ ମୁମ୍ବାଇ ଦେଇଥିଲା କୋଟି କୋଟି ଟଙ୍କା।କେତେ ଟଙ୍କା ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଯିବ !

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ହାର୍ଦ୍ଦିକ ରୋହିତଙ୍କ ବଦଳରେ ଏହି ଦାୟିତ୍ୱ ପାଇଥିଲେ, ମୁମ୍ବାଇକୁ ରୋହିତ ୫ ଥର ଆଇପିଏଲ ଚମ୍ପିୟାନ କରାଇଥିଲେ।

ବର୍ତ୍ତମାନ ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ଏପରି ଖବର ଆସିଛି, ଯାହା ମୁମ୍ବାଇ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ଆହତ କାରଣରୁ ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି।

ଖବର ଅନୁଯାୟୀ, ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟନ୍ସରୁ ଆଣି ନିଜ ଦଳରେ ସାମିଲ କରିଥିଲା, ସେତେବେଳେ ହାର୍ଦ୍ଦିକଙ୍କ ୧୫ କୋଟି ଟଙ୍କା ବେତନ ମୁମ୍ବାଇର ପର୍ସରୁ କଟାଯାଇଥିଲା ଓ ଗୁଜୁରାଟ ଟାଇଟାନ୍ସର ସେୟାରରେ ସମାନ ପରିମାଣ ଯୋଡା ଯାଇଥିଲା।

ଏଥିସହ ଗୁଜୁରାଟ ଟାଇଟନ୍ସକୁ ପାଣ୍ଡ୍ୟାଙ୍କ ଦରମା ଅପେକ୍ଷା ଟ୍ରାନ୍ସଫର ଫି ଭାବରେ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଖବର ମୁତାବକ ମୁମ୍ବାଇ ଇଣ୍ଡିଆନ୍ସ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୦୦ କୋଟି ଟଙ୍କା ଡିଲରେ ନିଜ ଦଳରେ ସାମିଲ କରିଛି।

୨୦୨୨ ରେ ପ୍ରଥମ ଥର ପାଇଁ ଆଇପିଏଲରେ ଯୋଗ ଦେଇଥିବା ଜି.ଟି.କୁ ପ୍ରଥମ ଟାଇଟଲ୍ ଜିତିବାରେ ହାର୍ଦ୍ଦିକ ସାହାଯ୍ୟ କରିଥିଲେ । ୨୦୨୩ ମସିହାରେ ଗୁଜୁରାଟ ଫ୍ରାଞ୍ଚାଇଜ୍ ମଧ୍ୟ ତାଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲା।

ଏଭଳି ପରିସ୍ଥିତିରେ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଦଳକୁ ଫେରାଇ ଆଣିବା ନିହାତି ଏକ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସରୁ ୧୦୦ କୋଟି ଟଙ୍କା ଟ୍ରାନ୍ସଫର ଫି ହେତୁ ଆସନ୍ତା ବର୍ଷ ଆକାଉଣ୍ଟ ବନ୍ଦ ହେବା ପରେ ଦଳର ମୂଲ୍ୟ ୧୦୦ କୋଟି ଟଙ୍କା ବୃଦ୍ଧି ପାଇବ।

ମୁମ୍ବାଇ ଇଣ୍ଡିଆନ୍ସରେ ଏପରି ଜଣେ ଖେଳାଳି ଆବଶ୍ୟକ ଥିଲା ଯିଏ ରୋହିତ ଶର୍ମାଙ୍କ ପରେ ଦଳର କମାଣ୍ଡ ନେଇପାରିବେ। ନିକଟରେ ଏପରି କିଛି ଘଟିଥିଲା।

ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପାଇଁ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ସେମାନଙ୍କର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଯଦିଓ ଏହି ଟୁର୍ନାମେଣ୍ଟରେ ତାଙ୍କର ସାମିଲ ବିଷୟକୁ ନେଇ କଳ୍ପନାଜଳ୍ପନା ଅଛି, କିନ୍ତୁ ଭବିଷ୍ୟତର ବିଚାରକୁ ନେଇ ଏହା ଏକ ଭଲ ଡିଲ୍ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *