ରାଜ୍ୟ ଖବର

ପ୍ରେମିକର ବାରମ୍ବାର ବ୍ଲାକମେଲିଙ୍ଗ ପାଇଁ ଜୀବନ ହାରିଲେ ଏହି ମେଧାବୀ ଛାତ୍ରୀ

ପାପା ଆଇ ଆମ ସରି।ମୁଁ ଆଉ ପାରୁନି।ମୋ ମରିବା ପାଇଁ ସିପୁନ ଦାୟୀ।ସେ ମୋତେ ବ୍ଲାକ ମେଲ୍ କରୁଛି।ଭାଇ,ବାପା,ମାଙ୍କୁ ମାରିଦେବାକୁ କହୁଛି।

ସେ ମୋତେ ଶାନ୍ତି ରେ ରଖେଇ ଦେବନି।ତାକୁ କଠୋର ରୁ କଠୋର ଦଣ୍ଡ ଦେବ। ମରିବା ପୂର୍ବରୁ ଏଭଳି କିଛି ଲେଖି ଜଣେ ମେଧାବୀ ଛାତ୍ରୀ ବେକରେ ରସି ଲଗେଇ ଆ-ତ୍ମ-ହ-ତ୍ୟା କରିଥିଲେ ।କଟକ ସାଲେପୁର ନିକଟ ବାରିଓଳ ସୁନାଖଣ୍ଡିର ଫାର୍ମାସୀ ଛାତ୍ରି ସ୍ଵୟଂ ପ୍ରଭା ବେହେରା।

ଚଳିତ ବର୍ଷ ବିିଫାର୍ମ ପରୀକ୍ଷାରେ ସାଲେପୁର ଫାର୍ମାସୀ କଲେଜ୍ ରେ ଟପ୍ପର ହୋଇଥିଲେ।ପାଠରେ ଏକଦମ୍ ମେଧାବୀ ଥିଲେ।ବଡ଼ ଚାକିରି କରିବାକୁ ସ୍ବପ୍ନ ଦେଖୁଥିଲେ।

କିନ୍ତୁ ଗତ ୯ତାରିଖ ରେ ହଠାତ୍ ନିଜ ଘରେ ଫ୍ୟାନ ରେ ରସି ଲଗାଇ ଆ-ତ୍ମ-ହ-ତ୍ୟା କରିଥିଲେ।ଘଟଣା ଗତ ୯ ତାରିଖରେ ହୋଇଥିଲେ ବି ତଦନ୍ତରେ ଡେରି କରୁଥିଲା ପୋଲିସ।

୧୮ତାରିଖ ରେ କେଶ୍ ଫାଇଲ କରିବା ଓ ଅଭିଯୁକ୍ତକୁ ଧରିବାରେ ଡେରି ହେବା ହେତୁ ସାଲେପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏକ ଲିଖିତ ଅଭିଯୋଗ ପତ୍ର ମୃ-ତ-କଙ୍କ ବାପା ସାଲେପୁର ଏଚ୍. ଡି.ପିଓ କୁ ଦେଇଥିଲେ।

ଝିଅର ସୁଇସାଇଡ୍ ନୋଟ୍ କୁ ପୋଲିସକୁ ହସ୍ତାନ୍ତର କରିଥିଲେ ମୃ-ତ ଛାତ୍ରୀଙ୍କ ବାପା।ଆଜି ଅଭିଯୁକ୍ତ ସିପୁନ କୁ ସାଲେପୁର ପୋଲିସ କେନ୍ଦ୍ରାପଡ଼ା ଚାନ୍ଦୋଳ ନିକଟରୁ ଧରିବାରେ ସଫଳ ହେଇଥିଲେ।

ତାଠାରୁ ଫୋନ୍ ଜବତ କରିବାକୁ ନେଇ ସାଲେପୁର ଏଚ. ଡି.ପିଓ ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି।ଏମିତି କେତେ ଝିଅ ଆ-ତ୍ମ-ହ-ତ୍ୟା କରୁଥିବେ।

Leave a Reply

Your email address will not be published. Required fields are marked *