Special Report

ଶିମିଳିପାଳ ଜଙ୍ଗଲରେ ଶୁଭୁଚି ଭୟଂକର ଚିତ୍କାର,କାରଣ ଜାଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ !

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଶିମିଳିପାଳରେ ହୋଇଛି ମହାବଳ ଲଢ଼େଇ। ଦୁଇଟି ମହାବଳ ବାଘ ମୁହାଁମୁହିଁ ହୋଇଛନ୍ତି। ଟି-୩୧ ଓ ଟି- ୩୫ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଛି। ଉଭୟଙ୍କ ମଧ୍ୟରୁ ଟି ୩୫ ଅପେକ୍ଷାକୃତ ଭାବେ ଟି ୩୧ ଅପେକ୍ଷା ଯୁବ ବୟସର।

ନିର୍ଦ୍ଦିଷ୍ଟ ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ଏହି ୨ବାଘ ମଧ୍ୟରେ ଲଢେଇ ହୋଇଥିଲା। ଶିମିଳିପାଳରେ ଦୁଇ ବାଘଙ୍କ ଲଢ଼େଇର ଦୃଶ୍ୟ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟରେ ଛଡ଼ାଯାଇଛି।

ଶିମିଳିପାଳରେ ଏବେ ୩୫ ମହାବଳ ଅଛନ୍ତି। ଏବେ ଚାଲିଥିବା ବାଘ ଗଣନା ବେଳେ କ୍ୟାମେରା ଟ୍ରାପରୁ ଏହା ଜଣାପଡ଼ିଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଜାନୁଆରୀ ୧୫ ପରେ ରାଜ୍ୟର ବାଘ ଗଣନା ରିପୋର୍ଟ ଆସିଲେ ଚିତ୍ର ସ୍ପଷ୍ଟ ହେବ।

ଶିମିଳିପାଳରେ ଅଛନ୍ତି ୨ ବିରଳ କଳାବାଘ। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି। ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଟି ୩୫ ଏକାକୀ ବୁଲୁଛି।

ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍‌ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ ଆରଆରସିଏଫ୍ ପ୍ରକାଶ କରିଛନ୍ତି।

ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି। କାରଣ ଏପରି ଫାଇଟ୍‌ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି।

ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି। ଶିମିଳିପାଳରେ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି। ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି। ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *