ରାଜ୍ୟ ଖବର

କୁନି ବୟସ ରେ ପାଟି ରେ ଅନର୍ଗଳ ଶିବ ତାଣ୍ଡବ, ଭିଡିଓ odisha ସାରା ଭାଇରାଲ

ଛୋଟ ବୟସରେ ଅନର୍ଗଳ ଗପୁଛି ଝିଅଟି। ଯେକୌଣସି ପ୍ରଶ୍ନ ପଚାରିଲେ ସବୁ ଉତ୍ତର ଦେଇଦେଉଛନ୍ତି। ସୁଣିକି ଆଶ୍ଚର୍ଯ୍ୟ ହୋଇଯିବେ। ଛୁଆଟି ଶିବ ତାଣ୍ଡବ,ଗାୟତ୍ରୀ ମନ୍ତ୍ର,କର୍ପୁର ଆଳତି ମନ୍ତ୍ର ନିର୍ଭୁଲ ଭାବରେ ଗାଇଛନ୍ତି।କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ।

ଏହି ବିସ୍ମୟ ବାଳିକା ଟି ହେଉଛନ୍ତି ବାଲିଅନ୍ତା ରାମଚନ୍ଦ୍ରପୁର ର ପୁଷ୍ପ ଲତା ଦାସ୍ ଓ ପ୍ରଭନ ଦାସ୍ ଙ୍କ ୫ ବର୍ଷର ଝିଅ ତମନ୍ନା।ବୟସ କମ୍ ହେଲେ ବି ଅନେକ ପ୍ରତିଭାର ଅଧିକାରିଣୀ।କୁନି ଝିଅଟି ୪୦୦ ପ୍ରଶ୍ନ ର ଉତ୍ତର ବହୁତ ଶୀଘ୍ର ଦେଇଥାଏ।ତମନ୍ନା ଯେତେବେଳେ ୩ ବର୍ଷର ହୋଇଥିଲେ ତାଙ୍କ ଭିତରେ ପ୍ରତିଭା ଥିବାର ତାଙ୍କ ଘର ଲୋକଙ୍କୁ ଜଣା ପଡ଼ିଯାଇଥିଲା।ଝିଅଟିର ସ୍ମରଣ ଶକ୍ତି ଅଧିକ ପ୍ରଖର ଥିଲା ଯେ ଯାହା ବି ପଢୁଥିଲେ ସାଙ୍ଗେ ସାଙ୍ଗେ ମନେ ରଖିଦେଉଥିଲେ।

ଝିଅଟିକୁ ଏଭଳି ଦେଖି ପରିବାର ଲୋକ ,ସାହି ପଡିଶା ର ଲୋକମାନେ ଓ ସାଙ୍ଗ ସାଥିମାନେ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଏବଂ ଖୁସି ମଧ୍ୟ ହୋଇଥିଲେ।ଝିଅଟିର ମାମୁଁ କହିଛନ୍ତି ଶ୍ଳୋକ ସବୁ ମନେ ରଖୁଛି।ସେ ଛୁଆଟି ହୋଇ ଯେତିକି ମନେ ରଖୁଛି ,ଆମେ ବି ସେତିକି ମନେ ରଖିପାରୁ ନାହାନ୍ତି।

ବାପା ପ୍ରଭନ କହିଛନ୍ତି ମୋ ଝିଅ ଆଜି ଯାହା ବି କରୁଛି ଏଇଟା ଭଗବାନଙ୍କ ଉପହାର।ମୁଁ ଯେତିକି ଚେଷ୍ଟା ନ କରିଛି ତାଙ୍କ ମା ଝିଅ ପାଇଁ ବହୁତ୍ ଚେଷ୍ଟା କରିଛନ୍ତି।ମୋ ଜୀବନରେ ଯାହା ମୁଁ କରି ପାରିନି ମୋ ଝିଅ ଯଦି ସେଇଟା କରି ପାରୁଛି,ମୋ ଗାଁ ର ନାଆଁ ରଖି ପାରୁଛି ।ମୋ ଦେଶ ର ନାଆଁ ରଖିପାରିଛି।ସେଥିପାଇଁ ସେ ବହୁତ୍ ଖୁସି ଅଛନ୍ତି।

Leave a Reply

Your email address will not be published. Required fields are marked *