ଜ୍ୟୋତିଷ ଶାସ୍ତ୍ର

ସତରେ ଆଶ୍ଚର୍ଯ୍ୟ : ଆଖି ବନ୍ଦ କଲେ ବି ଏହି ପିଲା ସବୁ ଦେଖି ପାରୁଛି

ଆପଣ ମାନେ ବହୁତ୍ ପିଲା ଙ୍କ ଗୁଣ ଓ ପ୍ରତିଭା ଙ୍କୁ ଜାଣିଥିବେ। ସବୁ ପିଲାଙ୍କ ଭିତରେ କିଛି ନା କିଛି ପ୍ରତିଭା ରହିଥାଏ । ତେବେ ଆପଣ ଯୋଗ ଦ୍ଵାରା ନିଜର ଇନ୍ଦ୍ରିୟ ଶକ୍ତିର ବିକାଶ କରିଥିବା ପିଲା ବିଷୟରେ କେବେ ଶୁଣିଛନ୍ତି କି ? ଆସନ୍ତୁ ଜାଣିବା ଜଣେ ବିସ୍ମୟ ବାଳିକା ଙ୍କ ବିଷୟରେ ।

ଝିଅ ଟି ୯ମ ଶ୍ରେଣୀ ରେ ପଢୁଛି । ଏହି ଲକ୍ ଡାଉନ୍ ସମୟେ ରେ ସବୁ ବିଦ୍ୟାଳୟ ବନ୍ଦ ରହିଥିଲା । ତେଣୁ ବହୁତ୍ ପିଲା ବିଭିନ୍ନ କାର୍ଯ୍ଯ ଘରେ ରହି କରୁଥିଲେ । ତେବେ ଏହି ସମୟ ରେ ଏହି ଝିଅ ଟି ଯୋଗ କରିବା ଆରମ୍ଭ କରିଥିଲା । ଧୀରେ ଧୀରେ ଯୋଗ କରି ଏହିପରି ସାଧିକା ହୋଇପାରିଲା ଯେ ନିଜ ଇନ୍ଦ୍ରିୟ ମାନକ ବହୁତ୍ ବିକିଶିତ କରି ପାରିଲା ।

ତେବେ ସୂଚନା ଅନୁଯାୟୀ ଫୁଲବାଣୀ ର ପବ୍ଲିକ ସ୍କୁଲ୍ ରେ ପାଠ ପଢୁଥିଲେ ମଧୁସ୍ମିତା ପ୍ରଧାନ । ତେବେ ଏହି ଯୋଗ ଦ୍ୱାରା ତାଙ୍କ ର ଏକାଗ୍ରତା ବହୁତ୍ ବଢ଼ିଛି । ଏମିତି କି ଆଖି ବନ୍ଦ କରି ସବୁ ଦେଖି ପାରୁଛନ୍ତି ବିଦୁସ୍ମିତା । ଆଖି ବନ୍ଦ କରି ସାଇକେଲ ଚଲେଇବା ,ରଙ୍ଗ୍ ଚିହ୍ନିବା , ବହି ପଢ଼ିବା ଆଦି କାର୍ଯ୍ୟ ସେ ନିର୍ଭୁଲ ଭାବରେ କରି ପାରୁଛନ୍ତି । ଏମିତିକି ଜିନିଷ କୁ ଚାଟିକି ବି ପଢି ପାରୁଛନ୍ତି ,ହାତ ପଢି ପାରୁଛନ୍ତି , ନଡିଆ ଧରି ସେ ଘର ର ବହୁତ୍ କିଛି ବିଷୟ ଜାଣି ପାରୁଛନ୍ତି ।

ଘର ଲୋକ ମଧ୍ୟ ଝିଅ ର ଏହି ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଝିଅ ଟି ର ଏହି ଅବିଶ୍ବାସନୀୟ ଗୁଣ ସମସ୍ତଙ୍କୁ ଚକିତ କରିଛି । ସାଧାରଣ ପିଲା ଟି ରୁ ଏବେ ସେ ବିସ୍ମୟ ବାଳିକା ପାଲଟିଛନ୍ତି । ବିଦୁସ୍ମିତା ତାଙ୍କ ସାନ ଭଉଣୀ କୁ ମଧ୍ୟ ଆଖି ବନ୍ଦ କରି ବହି ପଢ଼ିବା ଶିଖାଉଛନ୍ତି । ସତରେ ଯୋଗ ଅଭ୍ୟାସ ଦ୍ଵାରା ସେମିତି ପରିବର୍ତ୍ତନ ହେବ କିଏ ଭାବି ନଥିବେ । ଏମିତି କି ବିଭିନ୍ନ ଶରୀର ର ଯନ୍ତ୍ରଣା ମଧ୍ୟ ଭଲ କରି ପାରୁଛନ୍ତି ଏହି ବିସ୍ମୟ ଝିଅ ।

Leave a Reply

Your email address will not be published. Required fields are marked *