ରାଜ୍ୟ ଖବର

କଣ ହେଲା ଯେତେବେଳେ ୫୦୦ ବର୍ଷ ପୁରୁଣା ଗଛ ରୁ ନିଜ ଭକ୍ତ କୁ ବଞ୍ଚାଇବାକୁ ବାହାରିଲେ ଭଗବାନ୍ ଗଣେଶ

ଯେଉଁଠି ଭକ୍ତି ଥାଏ ସେଇଠି ଭଗବାନ ଥାଆନ୍ତି । ନିଷ୍କପଟ ମନରେ ଭଗବାନ କୁ ଡାକିଲେ ଭଗବାନ ସ୍ୱୟଂ ପ୍ରକଟ ହେଇଥାନ୍ତି । ଆପଣ ମାନେ ମଧ୍ୟ ଦୈନଦିନ ଜୀବନରେ ଭଗବାନ ଙ୍କ ଉପସ୍ଥିତି କୁ ଅନୁଭଵ କରିଥିବେ । ଆସନ୍ତୁ ସେମିତି ଜଣେ ଭକ୍ତ ଙ୍କ ବିଷୟରେ ଜାଣିବା ।

 

ବିହାର ର ଗୋଟେ ଗାଁ ରେ ସୁନୀଲ ନାମରେ ଜଣେ ବ୍ୟକ୍ତି ରହୁଥିଲେ । ଛୋଟ ବେଳୁ ହିଁ ସେ ଧୀର ,ନମ୍ର ଓ ଦୟା ର ମନୋଭାବ ରଖିଥିଲେ । ସୁନୀଲ ଦୋକାନ ରେ କାମ କରୁଥିଲେ। ଛୋଟ ରୁ ହିଁ ବହୁତ ନିଷ୍ଠା ର ସହ ସେ ବିଘ୍ନବିନାଶକ ଶ୍ରୀ ଗଣେଶ ଙ୍କୁ ପୂଜା କରୁଥିଲେ । ଈଶ୍ୱର ସବୁବେଳେ ଭକ୍ତ ଙ୍କ ମନ କଥା ଜାଣି ପାରନ୍ତି ।

ତେବେ ସୁନୀଲ ସବୁ ବେଳେ ନିଜ କର୍ମ କୁ ଠିକ ଭାବରେ କରୁଥିଲେ । ସବୁବେଳେ ପରୋପକାର ମନୋଭାବ ରଖୁଥିଲେ । ଦିନେ ସୁନୀଲ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରୁଥିଲେ । ତେବେ ଲାଇନ କଟି ଯାଇଥିବାରୁ ଚାରି ଆଡ଼ ଅନ୍ଧାର ଘେରି ରହିଥିଲା । ତେବେ ସୁନୀଲ ଙ୍କ ପାଦ ଭୁଲ ରେ ଗୋଟେ ସାପ ଉପରେ ପଡିଗଲା ଓ ସାପ ଟି ମଧ୍ୟ ସୁନୀଲ ଙ୍କ ଗୋଡ଼ କୁ ଚୋଟ ମାରିଦେଲା ।

ବିଷାକ୍ତ ସାପ ହୋଇଥିବା ରୁ ବିଷ ଟି ସୁନୀଲ ଙ୍କ ଦେହ ରେ ଵ୍ୟାପୀ ଗଲା । ଯେହେତୁ ଫାଙ୍କା ସ୍ଥାନ ଥିଲା ପାଖ ରେ କିଏ ବି ନଥିଲେ ଯିଏ କି ସୁନୀଲ କୁ ସାହଯ୍ୟ କରିଥାନ୍ତେ । ତେବେ ସୁନୀଲ ସବୁ ଆଶା ଛାଡି କେବଳ ଗଣେଶ କୁ ଡାକିଲେ ଓ ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଗଲେ । ହେଲେ ଭଗବାନ କଣ ତାଙ୍କ ଭକ୍ତ ଙ୍କୁ ବିପଦ ରେ ଦେଖି ପାରିବେ କି ?

ସେହି ସ୍ଥାନ ରେ ଗୋଟେ ପୁରୁଣା ଗଛ ଥିଲା ସେହି ଗଛ ରୁ ଗୋଟେ ଅଲୋକ ଆସି ସୁନୀଲ ଙ୍କ ଦେହ ରେ ପଡିଲା ଓ ସେ ସୁସ୍ଥ ହୋଇ ଉଠିଲେ । ତେବେ ସେ ଉଠି ଦେଖିଲେ ତାଙ୍କ ପାଖରେ କିଏ ନାହାନ୍ତି କିଛି ସମୟ ଦେଖିଲା ପରେ ତାଙ୍କୁ ଗଛ ରେ ଗଣେଶ ଙ୍କ ପ୍ରତିମା ଦେଖା ଗଲା ଓ

ସେଜାଣି ପାରିଲେ ଭଗବାନ ନିଜେ ଆସି ତାଙ୍କର ରକ୍ଷା କରିଛନ୍ତି । ପରେ ବହୁତ ଲୋକ ଆସି ସେହି ଗଛରେ ଗଣେଶ ଙ୍କ ମୂର୍ତି ଦେଖିଲେ ଓ ପୂଜା କଲେ । ସତରେ ଭଗବାନ ଙ୍କ ଲିଳା ବିଚିତ୍ର ।

Leave a Reply

Your email address will not be published. Required fields are marked *