ଦୈନନ୍ଦିନ ଜୀବନର ପ୍ରତିକାର : ଜୀବନରେ ଅନେକ ପ୍ରକାରର ସମସ୍ୟା ହୋଇପାରେ, ଯେପରି ଦେହ ଖରାପ ହେବା, ଅଶାନ୍ତି ହେବା, ଧନ ଅଭାବ ହେବା ଇତ୍ୟାଦି | ଏପରି ହେବାଦ୍ଵାରା ଆପଣ ଚିନ୍ତାରେ ପଡିଯାନ୍ତି ଏବଂ ଅନେକ ପ୍ରକାରର ସମସ୍ୟା ଆପଣଙ୍କ ଉପରକୁ ମାଡିଆସେ | ଏପରି ପରିସ୍ଥିତିରେ ଏହି ସମୟରେ ଚିନ୍ତା କରିବା ଆବଶ୍ୟକ ନାହିଁ ବରଂ ଏହି ସମସ୍ୟା ସହିତ ଧର୍ଯ୍ୟ ଧରି ଲଢେଇ କରିବା ଉଚିତ | ଅନେକଥର ପ୍ରତିକାରକୁ ନେଇ ଲୋକମାନେ ଭାବିଥାନ୍ତି ଯେ ଏହା କୌଣସି ତାନ୍ତ୍ରିକ କ୍ରିୟା ଅଟେ | କିନ୍ତୁ ଏପରି ନୁହେଁ | ପ୍ରତିକାର କେବଳ ଆମ ଜୀବନ ପଦ୍ଧତିରେ ସକାରାତ୍ମକ ପରିବର୍ତ୍ତନର ଏକ ମାଧ୍ୟମ ଅଟେ | ବାସ ଏପରି କରିବାଦ୍ୱାରା କାହାର କ୍ଷତି ନ ହେଉ |
ଏଠାରେ ଚାକିରୀ, ସ୍ୱାସ୍ଥ୍ୟ, ଧନ-ସମ୍ପଦ ପାଇଁ କିଛି ପ୍ରତିକାର କୁହାଯାଉଛି, ଯାହା ଆପଣଙ୍କ ପାଇଁ ପରିବର୍ତ୍ତନ ଆଣିପାରେ |
ଚାକିରୀରେ ସ୍ଥିରତା ନିମନ୍ତେ ଉପାୟ :-
ଅରୁଆ ଚାଉଳକୁ ଭଗବାନ ଶିବଙ୍କଠାରେ ପୂଜା କରି ଅଫିସରେ ରଖନ୍ତୁ |
ଘରର ସ୍ୱପ୍ନ କରିବାର ଉପାୟ :-
ପ୍ରତିଦିନ ମଶାଣିରେ ମୁଦ୍ରା ଫୋପାଡି ଦିଅନ୍ତୁ, ଅଭିଲାଶା ଅଷ୍ଟକ ପାଠ କରନ୍ତୁ |
ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇବାର ଉପାୟ :-
ପ୍ରତି ଶନିବାର ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତୁ | ପ୍ରତ୍ୟେକ ରବିବାର ଦିନ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ |
ସୁଖ-ସମୃଦ୍ଧିର ଉପାୟ :-
ଅମାବାସ୍ୟା କିମ୍ବା ଏକାଦଶୀ ଦିନ ଅଶ୍ୱସ୍ଥ ଗଛରେ ଲୁହାର ବାସନରେ ପାଣି, ଚିନି, ଘିଅ ଏବଂ କ୍ଷୀର ଗୋଳାଇ ମୂଳରେ ଢାଳି ଦିଅନ୍ତୁ |
ସୁଖୀ ଦାମ୍ପତ୍ୟ ପାଇଁ :-
ଯଦି ଆପଣଙ୍କ ଘରେ ନିଜ ପାର୍ଟନରଙ୍କ ସହିତ କିଛି ନା କିଛି କଥାକୁ ନେଇ ଝଗଡା କିମ୍ବା କଳି ଲାଗିଥାଏ, ତେବେ ଲୁଣର ଏହି ବିଶେଷ ଉପାୟ ଆପଣଙ୍କ ସମସ୍ୟାକୁ ଦୂର କରିପାରେ | ଏଥିପାଇଁ ଆପଣଙ୍କ ଶୋଇବା ରୁମରେ ଏକ କୋଣରେ ଲୁଣ ଗୁଡା ରଖି ଦିଅନ୍ତୁ | ଏକ ଲୁଣ ଗୁଡାକୁ ମାସକ ପରେ ବଦଳାଇ ଆଉ ଏକ ଲୁଣ ଖଣ୍ଡ ରଖନ୍ତୁ | ଏହା କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ହୋଇନଥାଏ |
ସମସ୍ତଙ୍କ ଲୁଣ ଖାଆନ୍ତୁ ନାହିଁ :-
ଯଦି ଆପଣ ନିଜ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ସବୁବେଳେ ଧ୍ୟାନ ଦେବେ ଯେ ଆପଣ କେବେ ବି ଯେମିତି ନିଜର ଶତ୍ରୁ କିମ୍ବା ଅଧାର୍ମିକ ବ୍ୟକ୍ତିଙ୍କ ଘରୁ ଲୁଣ ନ ଖାଆନ୍ତି | ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ ସେମାନେ କାହାର ବି ଘରୁ ଲୁଣ ଖାଆନ୍ତି | ଖୁସିରେ ରହିବାକୁ ହେଲେ ନିଜର ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ |
ଧନକୁ ବଜାୟ ରଖିବାପାଇଁ ଉପାୟ :-
ଘରେ ଟଙ୍କାର ପ୍ରବାହକୁ ବଜାୟ ରଖିବା ପାଇଁ ଏକ କାଚ ଗ୍ଲାସ ନେଇ ସେଥିରେ ପାଣି ଏବଂ ଲୁଣ ମିଶାଇ ଘରର ଦକ୍ଷିଣ ପୂର୍ବ କୋଣରେ ରଖି ଦିଅନ୍ତୁ ଏବଂ ତା ପଛରେ ଲାଲ ରଙ୍ଗର ଏକ ବଲ୍ବ ଲଗାଇ ଦିଅନ୍ତୁ | ସମୟ ସମୟରେ ଗ୍ଲାସର ପାଣି ଏବଂ ଲୁଣକୁ ବଦଳାଇବା ପାଇଁ ମଧ୍ୟ ଭୁଲନ୍ତୁ ନାହିଁ |