ରାଜ୍ୟ ଖବରଭାଇରାଲ ଭିଡିଓ

ପୋଖରୀ କୂଳରେ ପାଣି ପିଉଥିଲା ଚିତାବାଘ, ଠିକ ସେତିକିବେଳେ କୁମ୍ଭୀର କରିଦେଲା ଆ-କ୍ର-ମ-ଣ, ଆଉ ତା’ପରେ

ଚିତାବାଘ ବଡ଼ ଖତରନାକ ଶିକାରୀ ହୋଇଥାଏ, ଯିଏକି ନିଜ ଶିକାରକୁ ନେଇ ଗଛ ଉପରକୁ ଚଢ଼ିଯାଏ | ଯାହାଦ୍ୱାରା କୌଣସି ଅନ୍ୟ ଶିକାରୀ ତାର ଶିକାରକୁ ଛଡାଇ ନେଇ ପାରିବନାହିଁ | କିନ୍ତୁ ଅନେକଥର ଶିକାରୀ ନିଜେ ଅନ୍ୟ ଶିକାରୀ ପଶୁର ଶିକାର ହୋଇଯାଏ | ଏହିପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ପୋଖରୀ କୂଳରେ ପାଣି ପିଉଥିବା ଏକ ଚିତାବାଘ ଉପରେ ଗୋଟିଏ କୁମ୍ଭୀର ଆକ୍ରମଣ କରିଦେଲା | ତାପରେ କଣ ହେଲା, ଏହା ଆପଣ ନିଜେ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ନେଚର ଇଜ ସକେରି ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଥିଲା |

ଯାହାକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୧୮ ହଜାରରୁ ଅଧିକ ଭ୍ୟୁ ମିଳିଛି | ଏହାସହିତ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଅଧିକ ଲାଇକ ଏବଂ ଅଢେଇ ଶହରୁ ଅଧିକ ରିଟ୍ୱିଟ ମଧ୍ୟ କରାଯାଇଛି | ଏହି ଭିଡିଓରେ ଦେଖାଯାଇପାରେ ଯେ କୌଣସି ଏକ ଜଙ୍ଗଲରେ ଥିବା ଏକ ପୋଖରୀ କୂଳରେ ଗୋଟିଏ ଚିତାବାଘ ପାଣି ପିଇବାପାଇଁ ପହଞ୍ଚିଛି | ସେ ଏହି କଥା ଜାଣିନାହିଁ ଯେ କୌଣସି ଅନ୍ୟ ଶିକାରୀ ତାକୁ ନିଜର ଶିକାର କରିପାରେ | ତେବେ ସେ ଏହି କଥା ନିଶ୍ଚିତ ଭାବେ ଅନୁମାନ କରିଛି ଯେ ପାଣିରେ ଅନ୍ୟ କୌଣସି ଜୀବ ମଧ୍ୟ ରହିଛି, ଯିଏ କି ତାକୁ ବିପଦରେ ପକାଇପାରେ | ଏଥିପାଇଁ ଚିତାବାଘ ପାଣି ପିଇବାବେଳେ ଥରୁଥାଏ ଏବଂ ପୋଖରୀ ଆଡକୁ ଦେଖିବାକୁ ଲାଗେ |

ଚିତାବାଘ ଆରାମରେ ପାଣି ପିଉଥିଲା, ଠିକ ସେତିକିବେଳେ ଅଚାନକ ପୋଖରୀରୁ ଗୋଟିଏ କୁମ୍ଭୀର ଆସି ଚିତାବାଘ ଉପରେ ଆକ୍ରମଣ କରିଦେଲା | କୁମ୍ଭୀରର ଆକ୍ରମଣରୁ ଚିତାବାଘ ନିଜକୁ ରକ୍ଷା କରିବାକୁ ସୁଯୋଗ ପାଇଲାନାହିଁ ଏବଂ କୁମ୍ଭୀର ତାକୁ ଟାଣି ଟାଣି ପାଣି ଭିତରକୁ ନେଇଯାଏ | ତେବେ ଏହି ସମୟରେ ଚିତାବାଘ କୁମ୍ଭୀର କବଳରୁ ମୁକୁଳି ପଳାଇବାକୁ ଚେଷ୍ଟା ନିଶ୍ଚିତ ଭାବେ କରେ |

କିନ୍ତୁ ଚିତାବାଘର ସବୁ ଚେଷ୍ଟା ବେକାର ହୋଇଯାଏ ଏବଂ କୁମ୍ଭୀର ତାକୁ ଗଭୀର ପାଣି ଭିତରକୁ ଟାଣି ନେଇଯାଏ ଏବଂ କିଛି ସମୟ ମଧ୍ୟରେ ତାକୁ ଶିକାର କରିଦିଏ | ସେହିପରି ପୋଖରୀ ବାହାରେ ଥିବା ଅନ୍ୟ ଏକ ଚିତାବାଘ ନିଜର ସାଥିକୁ କୁମ୍ଭୀରର ଶିକାର ହେଉଥିବାର ଦେଖିଦିଏ ଏବଂ ପୋଖରୀରୁ ଦୂରକୁ ଚାଲିଯାଏ |

Leave a Reply

Your email address will not be published. Required fields are marked *