ରାଜ୍ୟ ଖବର

୨ ଟି ଛୁଆ ର ମା ହେଇକି ବି ନିଜ school ଛାତ୍ର ସହ ଫେରାର ହେଇଗଲେ madam

“ଅଜବ ପ୍ରେମର ଗଜବ କାହାଣୀ”।୨ ଟି ଛୁଆର ମା କୁ ଭଲ ପାଇ ବସିଲା ଏକ ନାବାଳକ ।ଘର ଓ ପରିବାର ଲୋକମାନେ ସମର୍ଥନ ନ କରିବାରୁ ନାବାଳକ ଜଣଙ୍କ ରାଗିଯାଇ ପ୍ରେମିକା ମହିଳା ଙ୍କ ସହିତ ଫେରାର ହୋଇ ଥାନାରେ ପହଂଚିଥିଲେ।ଏହାପରେ ଏମିତି କିଛି ଘଟିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ସୁରୀୟା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଛି।ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ ସହିତ ନାବାଳକ ର ଦେଖା ହେବା ପରେ ଯୁବକଟି ମହିଳାଙ୍କୁ ଭଲ ପାଇ ବସିଥିଲା।କିନ୍ତୁ କିଛିଦିନ ପରେ ଉଭୟ ପରସ୍ପରକୁ ଭଲ ପାଇବାକୁ ଲାଗିଥିଲେ।ପରବର୍ତ୍ତୀ ସମୟରେ ନାବାଳକ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ମନସ୍ଥ କରି ମହିଳାଙ୍କୁ ନିଜ ଘରକୁ ନେଇଆସିଥିଲେ।

କିନ୍ତୁ ସେଠାରେ ତାଙ୍କ ପରିବାର ଲୋକେ ଏହି ବିବାହ କୁ ବିରୋଧ କରିବା ସହିତ ପୁଅକୁ ଘରୁ ବାହାର କରିଦେଇଥିଲେ।ପରିବାର ଲୋକଙ୍କ ଠୁ ମାଡ଼ ଖାଇ ନାବାଳକ ଜଣଙ୍କ ରାଗିଯାଇ ମହିଳାଙ୍କୁ ଧରି ଫେରାର ହୋଇଯାଇଥିଲେ।ତାପରେ କିଛି ଦିନ ପରେ ସିଧା ଥାନାରେ ଯାଇ ନାବାଳକ ଓ ମହିଳା ଜଣଙ୍କ ପହଞ୍ଚିଥିଲେ।

ସେଠାରେ ସେ ସମ୍ପୂର୍ଣ ଘଟଣା ଶୁଣାଇବା ସହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ।ପୋଲିସ ସମ୍ପୂର୍ଣ୍ଣ ଘଟଣା ଶୁଣି ଆଶ୍ଚଜ୍ୟ ହୋଇଥିଲେ ଏବଂ ଯୁବକ ଜଣଙ୍କ ନାବାଳକ ହୋଇଥିବାରୁ ସେମାନଙ୍କର ବିବାହ ହୋଇପାରି ନଥିଲା।ଶେଷରେ ନାବାଳକ ଓ ମହିଳା ଜଣଙ୍କ ସେଠୁ ଚାଲି ଆସିଥିଲେ।

Leave a Reply

Your email address will not be published. Required fields are marked *