ରାଜ୍ୟ ଖବର

ରାସ୍ତା ରେ ଯାଉଥିବା ବୁଲା କୁକୁର ମାଲିକର ପୋଷା କୁକୁର କୁ କାମୁଡି ଦେବାରୁ ପୋଲିସ କୁ ଅଭିଯୋଗ କରି ଗୁଳି କରିଦିଅ ବୋଲି ଅଭିଯୋଗ କଲେ ମାଲିକ

ଆପଣ ମାନେ ବହୁତ ପ୍ରକାର ର ଅଭିଯୋଗ ଶୁଣିଥିବେ । ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ର ଅଭିଯୋଗ ଦେଇଥାନ୍ତି । ବହୁତ୍ ଜଣ ପଶୁ ପ୍ରେମୀ ଲୋକ ଙ୍କୁ ମଧ୍ୟ ଆପଣ ଜାଣିଥିବେ । ବହୁତ ଜଣ ବିଭିନ୍ନ ପଶୁ ପକ୍ଷୀଙ୍କୁ ଘରେ ପାଳି ଥାନ୍ତି । ତେବେ ଆସନ୍ତୁ ଆଜି ସେମିତି କିଛି ଖବର ଜାଣିବା ।

ବହୁତ ଲୋକ ଙ୍କୁ କୁକୁର ପାଳିବା ଆପଣ ଦେଖିଥିବେ । କୁକୁର କୁ ନିଜ ସଦସ୍ୟ ଭଳି ବହୁତ ଜଣ ପାଳନ କରିଥାନ୍ତି ଓ ବହୁତ ଭଲ ମଧ୍ୟ ପାଇଥାନ୍ତି । ଆଉ କିଛି ଜଣ କୁକୁର କୁ ଭୟ କରିଥାନ୍ତି ଆଉ କିଛି ଜଣ କୁକୁର କୁ ମାରି ଦେଇଥାନ୍ତି ହେଲେ ଏମିତି ଜୀବନ ରୁ ମାରିବା ଠିକ୍ କଥା ନୁହେଁ । ତେବେ ଯେତେବେଳେ ଗୋଟେ ବୁଲା କୁକୁର ପୋଷା କୁକୁର କୁ କାମୁଡି ମାରିଦେଇଥାଏ ସେତେବେଳେ ମାଲିକ ଜଣଙ୍କ କଣ କରିବେ । ହୁଏ ତ ବହୁତ୍ ଲୋକ ରାଗରେ ସେହି ବୁଲା କୁକୁର କୁ ମାରିଦେବେ ।

ହେଲେ କିଛି ଅଲଗା କରିଛନ୍ତି ଗୋଟେ ପୋଷା କୁକୁର ର ମାଲିକ୍ । ନିଜ ପୋଷା କୁକୁର କୁ ଗୋଟେ ବୁଲା କୁକୁର କାମୁଡି ଝୁଣି ମାରିଦେଇଥିବା ଅଭିଯୋଗ ଆଣିଲେ କୁକୁର ମାଲିକ୍ । ଅଭିଯୋଗ ରେ ବୁଲା କୁକୁର କୁ ଠାବ କରି ଗୁଳି କରି ମାରିଦେବାକୁ କହିଛନ୍ତି। ତାଙ୍କ କୁକୁର କୁ ନ୍ୟାୟ ଦିଅ ବୋଲି କହିଛନ୍ତି । ଏମିତି ଅଭିଯୋଗ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ।

ଏହି ମାଲିକ ଙ୍କ ଅଭିଯୋଗ ପାଇଁ ସବୁଠୁ ଚର୍ଚ୍ଚା ଲାଗିରହିଛି । ମୟୁରଭଞ୍ଜ ଜିଲ୍ଲାର ସନ୍ଧାନ ଦତ୍ତ ଡାକରେ ନିଜ ଏତଲା କୁ ପଠେଇ ଥିଲେ । ପୋଷା କୁକୁର ଟି ଘରେ ବନ୍ଧା ହୋଇଥିଲା ବେଳେ ପାଚେରୀ ଡେଇଁ ଗୋଟେ କଳା କୁକୁର ଆସି ତାଙ୍କ କୁକୁର କୁ କାମୁଡି ଦେଇଥିଲା । କ୍ଷତାକ୍ତ କୁକୁର କୁ ଚିକିତ୍ସା ପାଇଁ ନେଇଥିଲେ ହେଲେ କୁକୁର ଟି ମରିଯାଇଥିଲା ବୋଲି ଲିଖିତ ଅଭିଯୋଗ ରେ ଜଣେଇଛନ୍ତି । ତେବେ ଏହି ଭଳି ଅଭିଯୋଗ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।

Leave a Reply

Your email address will not be published. Required fields are marked *