ଘଁ ଘାଁ ଗର୍ଜନ କରି ଉପକୂଳ ଛୁଇଁଲା ବାତ୍ୟା “ଜୱାଦ” , ଆତଙ୍କ ରେ ଲୋକେ..

ଆସନ୍ତା କାଲି ବାତ୍ୟାର ରୂପ ନେବ ଜୱାଦ୍।ସମ୍ଭାବ୍ୟ ବାତ୍ୟା କୁ ନେଇ ସୂଚନା ଦେଇଛନ୍ତି ଏସ ଆର ସି। ଏସ ଆର ସି କହିଛନ୍ତି ଆସନ୍ତା କାଲି ବାତ୍ୟାର ରୂପ ଦେବ ଲଘୁଚାପ ।କାଲି ମଧ୍ୟରାତ୍ରିରୁ ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳୁ ଉତ୍ତରପୂର୍ବ ଦିଗକୁ ସମ୍ଭାବନା ରହିଛି।

କେଉଁ ସ୍ଥାନରୁ ଦିଗ ଏହା ପରିବର୍ତ୍ତନ କରିବ ଓ ସ୍ଥଳ ଭାଗ ଛୁଇଁବକି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।ସେହିପରି ବାତ୍ୟା ଲ୍ୟାଣ୍ଡ ଫଲ୍ କରିଲା ବେଳେ ୯୦ ରୁ ୧୦୦ କି.ମି ବେଗରେ ପବନ ହୋଇପାରେ। ଏସ ଆର ସି କହିଛନ୍ତି ବାତ୍ୟା ମୁକାବିଲା ପାଇଁ ମୋଟ୍ ୧୨୫ ଟି ଫୋର୍ସ ପ୍ରସ୍ତୁତ କରାଯାଇଛି ।

ଓଡ୍ରା, ଏଣ୍ଡିଆର୍ ଏବଂ ଅଗ୍ନିଶମ କର୍ମଚାରୀ ମଧ୍ୟ ପ୍ରସ୍ତୁତ ହୋଇଅଛନ୍ତି।୬୦ ଟି ଓଡ଼୍ରା,୭୦ ଟି ଏଣ୍ଡିଆର୍ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି ।୧୦୫ ଟି ଅଗ୍ନିଶମ କର୍ମଚାରୀ ମଧ୍ୟ ପ୍ରସ୍ତୁତ କରାଯାଇଛି।ଲ୍ୟାଣ୍ଡ ଫଲ ଉପରେ ନିର୍ଭର କରୁଛି କେଉଁ ସ୍ଥାନରେ ପ୍ରବଳ ବର୍ଷା ଆଉ ପବନ ହେବ ।

ବାତ୍ୟା ପାଇଁ ରାଜ୍ୟ ସରକାର ଗତ ୪ ଦିନ ତଳେ ୨ଟି ବିଭାଗ କୁ ସତର୍କ କରିଥିଲେ।କୃଷି ବିଭାଗ ଓ ମତ୍ସ୍ୟ ବିଭାଗ କୁ କୁହାଯାଇଥିଲା ସମୁଦ୍ର ୨ତାରିଖ ସୁଦ୍ଧା ସମସ୍ତେ ଯେମିତି ଉପକୂଳକୁ ଫେରି ଆସିବେ। ସେହିପରି ଅମଳ ଶସ୍ୟ କୁ ଯଥା ଶୀଘ୍ର ଘରକୁ ଆଣିବା ପାଇଁ ଚାଷୀ ମାନଙ୍କୁ କୁହା ଯାଇଛି।

Leave a Comment

Your email address will not be published. Required fields are marked *

Scroll to Top