ମହିଳା କମିଶନ ଡିମ୍ପଲ ଙ୍କ କେସ କରିଦେଲେ ବନ୍ଦ, tapaswini ଙ୍କୁ ସୁମିତ ଘରୁ ବାହାରିବାକୁ ଆସିପାରେ ନୋଟିସ..

ରାଜ୍ୟ ମହିଳା କମିଶନଙ୍କ ନିକଟରେ ଡିମ୍ପଲ୍ ରୁଜୁ କରିଥିବା ମାମଲାକୁ ବନ୍ଦ କରିଛନ୍ତି କମିଶନ।ଡିମ୍ପଲ୍ ଙ୍କ ଅଭିଯୋଗ ଆଧାରରେ ମହିଳା କମିଶନ ମାମଲାକୁ ଗ୍ରହଣ କରିଥିଲେ।ମାତ୍ର ୨ ଟି ନୋଟିସ୍ ପରେ କମିଶନଙ୍କ ନିକଟରେ ହାଜର ହେବା ତ ଦୂରର କଥା ନୋଟିସର ଉତ୍ତର ମଧ୍ୟ ରଖିନଥିଲେ ଡିମ୍ପଲ୍।

ଏପଟେ ସୁମିତ ମାମଲା କୋର୍ଟରେ ବିଚାରାଧୀନ ଥିବା ଦର୍ଶାଇଥିଲେ।କମିଶନଙ୍କ ନିକଟରେ ହାଜର ହୋଇପାରିବେ ନାହିଁ ବୋଲି ଲିଖିତ ଭାବେ ନିଜ ଉତ୍ତର ରଖିଛନ୍ତି।ଯାହାଫଳରେ ରାଜ୍ୟ ମହିଳା ଆୟତ୍ତ ଅଧ୍ୟକ୍ଷ ମିନତି ବେହେରା ମାମଲାକୁ ବନ୍ଦ କରିଛନ୍ତି।

ଅନ୍ୟପକ୍ଷେ ସୁମିତ ଙ୍କ ଜେଜେ ମା ଙ୍କ ଅଭିଯୋଗ ଗ୍ରହଣ କରି ତାଙ୍କୁ ଓ ତାଙ୍କ ସହିତ ଥିବା ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଯୋଗାଇଦେବାକୁ ବ୍ରହ୍ମପୁର ଏସ୍ ପି ଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।୨୩ ତାରିଖ ରେ ଆଉ ଗୋଟେ ତାରିଖ ହୋଇଛି। ତପଶ୍ୱନି କଂପ୍ଲେନ କରିଥିଲେ କିନ୍ତୁ ସେଦିନ ସେ ଆସିନଥିଲେ।

ଶୁମିତ୍ କହିଥିଲେ ତାଙ୍କର କେସ ଅଛି।କମିଶନର ହାଜର ନ ହେବା ପାଇଁ ସେ ଲେଖି ଦେଇଛନ୍ତି।ତେଣୁ ସେହି ଦୃଷ୍ଟିରୁ କେସ ଟି ବନ୍ଦ କରିଦେଲେ।ଜେଜେମା ଯେଉଁ କଂପ୍ଲେନ ଦେଇଥିଲେ ସେ ବିଷୟରେ ମଧ୍ୟ ଚିଠି ଲେଖି ଜନେଇଚନ୍ତି।କିଭଳି ସୁରକ୍ଷା ଦିଆଯିବ,ଉତ୍ତମ ପରିବେଶ ହେବ।କମିଶନର ଙ୍କୁ କୁହାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top