ରାଜ୍ୟ ଖବରଭାଇରାଲ ଭିଡିଓ

ଟ୍ୟାକ୍ସିରେ ଯାଉଥିବା ଯୁବକ ରାସ୍ତା ଉପରେ ବୋତଲ ଫିଙ୍ଗିବାର ଭୁଲ କରିଦେଲେ, ଭିଡିଓରେ ଦେଖନ୍ତୁ ଡ୍ରାଇଭର ରାଗିଯାଇ କଣ କଲା

ନିଜ ଗାଁ-ସହର ଏବଂ ଦେଶକୁ ସଫାସୁତରା ରଖିବାପାଇଁ ସରକାର ଅନେକ ନିୟମ ପ୍ରସ୍ତୁତ କରିଛନ୍ତି, କିନ୍ତୁ ଆମ ଦେଶରେ ଏହି ନିୟମକୁ ବହୁତ କମ ଲୋକ ପାଳନ କରନ୍ତି | କିନ୍ତୁ ଦୁନିଆର ଅନେକ ଦେଶରେ ସ୍ୱଚ୍ଛତାକୁ ନେଇ ବହୁତ କଠୋର ନିୟମ ପ୍ରସ୍ତୁତ କରାଯାଇଛି | ଏଠାରେ ସରକାର କିମ୍ବା ସରକାରୀ କର୍ମଚାରୀ କେବଳ ନୁହଁନ୍ତି ବରଂ ସାଧାରଣ ନାଗରିକମାନେ ମଧ୍ୟ ଏହି ନିୟମକୁ ପାଳନ କରିଥାନ୍ତି | ଯଦି କେହି ଭୁଲରେ ମଧ୍ୟ ଏହି ନିୟମକୁ ଭାଙ୍ଗନ୍ତି, ସେତେବେଳେ ସାଧାରଣ ନାଗରିକ ହିଁ ଭୁଲ କରିଥିବା ଲୋକଙ୍କୁ ଶିକ୍ଷା ଦେଇଥାନ୍ତି | କିନ୍ତୁ ଆମ ଦେଶରେ ଏହା ସମ୍ଭବ ନୁହେଁ | ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ମିଳିଛି | ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

କାରଣ ଟ୍ୟାକ୍ସିରେ ଯାଉଥିବା ଜଣେ ଯୁବକ ରାସ୍ତା ଉପରେ ବୋତଲ ଫିଙ୍ଗିବାର ଭୁଲ କରିଦେଲା | ତାପରେ ଟ୍ୟାକ୍ସି ଡ୍ରାଇଭର ରାଗିଗଲା | ତାପରେ କଣ ହେଲା ଆପଣ ଚିନ୍ତା ମଧ୍ୟ କରିପାରିବେ ନାହିଁ | କାରଣ ଭାରତରେ ତ ଏପରି କରିବା ସମ୍ପୂର୍ଣ ଅସମ୍ଭବ ଅଟେ |ଏହି ଖବରକୁ ବ୍ରିଟିଶ ଖବରକାଗଜ ଦି ସନ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛି | ଜୁନ ୨୭ ତାରିଖ ସକାଳେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷ ୯୯ ହଜାରରୁ ଅଧିକଥର ଦେଖାଗଲାଣି |

ସେହିପରି ୧୨୭ ଟି ଲାଇକ ଏବଂ ୪୭ ଟି ରିଟ୍ୱିଟ କରାଯାଇଛି | ଏହି ଭିଡିଓରେ ଆପଣ ଦେଖିପାରିବେ ରାସ୍ତାରେ ଏକ ଟ୍ୟାକ୍ସି ଯାଉଛି | ଠିକ ସେତିକିବେଳେ ଟ୍ୟାକ୍ସିରୁ ଜଣେ ଯୁବକ ଗୋଟିଏ ବୋତଲ ବାହାରକୁ ଫିଙ୍ଗି ଦେଉଛନ୍ତି | ଯୁବକଜଣକ ବୋତଲକୁ ବାହାରେ ଫିଙ୍ଗିବା ପରେ ଟ୍ୟାକ୍ସି ଅଟକି ଯାଏ | ତାପରେ ଟ୍ୟାକ୍ସି ଡ୍ରାଇଭର ବହୁତ ରାଗିଯାଇ ଟ୍ୟାକ୍ସିରୁ ବାହାରେ ଏବଂ ଅନ୍ୟ ସାଇଡରେ ବସିଥିବା ଯୁବକଙ୍କୁ ଡୋର ଖୋଲି ବାହାରକୁ ଟାଣି ଆଣନ୍ତି |

ଡ୍ରାଇଭର ଏତେ ରାଗି ଯାଇଥିଲା ଯେ ସେ ସିଧା ଯୁବକଙ୍କୁ ଟ୍ୟାକ୍ସି ଭିତରୁ ଟାଣିଆଣି ରାସ୍ତାକଡ଼ରେ ଫିଙ୍ଗି ଦିଅନ୍ତି ଏବଂ ନିଜ ଟ୍ୟାକ୍ସିକୁ ନେଇ ଚାଲିଯାନ୍ତି | ଏହି ସମୟରେ ତଳେ ପଡିଥିବା ଯୁବକ ଉଠନ୍ତି ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗାଡି ଅଟକାଇବା ପାଇଁ କୁହେ, କିନ୍ତୁ ଟ୍ୟାକ୍ସି ଡ୍ରାଇଭର ତା କଥା ଶୁଣେନାହିଁ ଏବଂ ଗାଡି ନେଇ ଚାଲିଯାଏ |

Leave a Reply

Your email address will not be published. Required fields are marked *