Special Report

ଥୁଆ ହେଇଛି ବାଇକ୍,ପଡିଛି ମୋବାଇଲ ଆଉ ପର୍ସ, ଟ୍ରେନ୍ ଟ୍ରାକ୍ ରେ ସେ ଯୁବକ କିଏ?

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟ୍ରେନ ଲାଇନ କଡ଼ରେ ବିଛାଡି ହୋଇ ପଡିଛି ମଣିଷର ଖଣ୍ଡ ବିଖଣ୍ଡିତ ମାଂସ। ଯାହାକୁ ଦେଖିଲା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତେ ଆସି ଦେଖିଲା ବେଳକୁ ଟ୍ରେନ୍ ଲାଇନ ରେ ପଡିଛି ଜଣେ ମଣିଷର ମୁଣ୍ଡ ନଥିବା ଶରୀର।

ଆଉ ପାଖରେ ଥୁଆ ହୋଇଛି ବାଇକ୍ ଏବଂ ସ୍ମାର୍ଟ ଫୋନ୍। ଖବର ନେବାରୁ ଜଣାପଡ଼ିଛି ଯେ, ମୃ-ତ ଯୁବକ ଜଣକ ହେଉଛନ୍ତି ବଡଗାଁ ବ୍ଲକ କୁଣ୍ଡିଆ ଗ୍ରାମର ଭଞ୍ଜ ବେହେରାଙ୍କ ପୁଅ ରଞ୍ଜନ ବେହେରା।

ଯାହାଙ୍କ ବୟସ ୩୦ ବର୍ଷ। ରଞ୍ଜନ ସବୁବେଳେ ଅନଲାଇନ୍ ଗେମ୍ ଖେଳିବାରେ ବେସ୍ତ ରହୁଥିଲେ। ମାତ୍ର ସେ ଜାଣିନଥିଲି ଯେ ଗେମ୍ ଖେଳୁ ଖେଳୁ ସେ ଫସି ଯିବେ ବୋଲି। ବାରମ୍ବାର ଟଙ୍କା ହରାଇବା ପରେ ରଞ୍ଜନ ହତାସ ହୋଇପଡ଼ିଥିଲେ।

ଶେଷରେ ମାନସିକ ଚାପରେ ପଡି ସେ ଜୀବନ ହାରିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ରଞ୍ଜନ କିଛି ମାସ ହେବ କୌଣସି ଏକ ଅନଲାଇନ ଗେମ୍ ଖେଳି ଆସୁଥିଲେ।

ସେ ଅନଲାଇନ ଗେମ୍ ର ଶିକାର ହୋଇ ସମସ୍ତ ଟଙ୍କା ସେଥିରେ ହରାଇ ଦେଇଥିଲେ। ଏହାକୁ ନେଇ ସବୁବେଳେ ସେ ଚିନ୍ତାରେ ରହୁଥିଲେ। ମାତ୍ର ଗତକାଲି ରଞ୍ଜନ ନିଜ ସାଙ୍ଗକୁ ମୋବାଇଲରେ ହିସାବ କିତାବ ମେସେଜ କରିଥିଲେ। ଏହାପରେ ବାଇକ୍ ରେ ରଞ୍ଜନ ବାମରା ଆସିଥିଲେ।

ବାମରା ପାଖରେ ଥିବା ଏକ ଢାବା ପାଖରେ ନିଜର ବାଇକ୍ ରଖିଥିଲେ। ଆଉ ଦୃତ ଗତିରେ ଆସୁଥିବା ହାୱଡା ଜଙ୍ଗଲପୁର ସୁପରଫାଷ୍ଟ ହାମସଫର୍ ଏକ୍ସପ୍ରେସ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଯାଇଛି।

ଏହାର ଖବର ପାଇଁ ସ୍ଥାନୀୟ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଆଉ ଏହାପରେ ଏହି ଘଟଣାର ଅ-ପ-ମୃ-ତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବାପରେ ପରିବାରବର୍ଗ ଙ୍କୁ ପୁଅର ମୃ-ତ ଦେହ ହସ୍ତାନ୍ତର କରାଯାଇଛି।

ତେବେ କୁହାଯାଉଛି ପୁଅ ରଞ୍ଜନ ପରିବାରର ଏକ ମାତ୍ର ପୁଅ ଥିଲେ। ତାଙ୍କ ବାପା ଜଣେ ମାନସିକ ବିକାର ଥିବାବେଳେ ରଞ୍ଜନ ଏକୁଟିଆ ରୋଜଗାର କରି ତାଙ୍କ ପରିବାର ଚଳାଉଥିଲେ।

Leave a Reply

Your email address will not be published. Required fields are marked *