ମନୋରଞ୍ଜନ

ପୁରୁଣା କାଳରେ ଏମିତି ରାନ୍ଧୁଥିଲେ ମାଛ ବେସର ( Fish Mustard ) ଦେଖନ୍ତୁ ଥରେ କେମିତି ଥିଲା ପ୍ରଣାଳୀ

ଆପଣମାନେ ସମସ୍ତେ ୟୁ ଟ୍ୟୁବ୍ ରେ ଅନେକ ପ୍ରକାର ଖାଇବା ଭିଡିଓ ହେଉ କି ବିଭିନ୍ନ ପ୍ରକାର ରୋଷେଇ କରି ଭିଡିଓ ପୋଷ୍ଟ କରୁଥିବାର ଦେଖିଥିବେ।

ସେମିତି ଏକ ବୁଢ଼ୀ ମା ମାଛ ବେସର କରି ଭିଡିଓ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସମସ୍ତେ ଭିଡିଓ ଦେଖି ଖୁସି ହେବେ ଓ ତାଙ୍କୁ ସପୋର୍ଟ କରନ୍ତୁ।ଜାଣନ୍ତୁ ବୁଢ଼ୀ ମା ଜଣଙ୍କ କିପରି ମାଛ ବେସର କରୁଛନ୍ତି ।

ପ୍ରଥମେ ମାଛ ଗୁଡ଼ିକର କାତି ଛଡେଇବେ।ତାପରେ ମାଛ ଗୁଡ଼ିକ ଭଲ ଭାବରେ କାଟିଦେବେ।ମାଛ ସବୁ ଧୋଇ ଦେବେ।ଧୋଇ ସାରିଲା ପରେ ହଳଦୀ ଓ ଲୁଣ ପକେଇସାରି ଭଲ ଭାବରେ ଗୋଲେଇଦେବେ।

ଗୋଟେ ତାୱା ରେ ତେଲ ପକେଇବେ ଓ ମାଛ ଗୁଡ଼ିକ ଯେତିକି ଆବଶ୍ୟକ ତେଲ ପକେଇ ଭାଜିଦେବେ।ମାଛକୁ ଭଲରେ ଭାଜି ହେବା ପାଇଁ ଏପଟ ସେପଟ କରିବେ।ଖାଲି ପାତ୍ର କୁ କଢ଼ିବେ।

ତାପରେ ପିଆଜ,ଅଦା,ରସୁଣକୁ ଟିକି ଟିକି କରି କାଟି ମସଲା ପ୍ରସ୍ତୁତ କରିବେ। ଜିରା,ସୋରିଷ କୁ ପ୍ଲେନ୍ କରି ମସଲା ପ୍ରସ୍ତୁତ କରିବେ ।ତାପରେ ଟମାଟୋ ,ଆଳୁ କାଟିବେ।

ଗୋଟେ କଢ଼େଇ ନେବେ ସେଥିରେ ତେଲ ପକେଇବ। କଟା ପିଆଜ ଦେଇ ଭଲରେ ଗୋଳେଇବେ।ତାପରେ ପିଆଜ ,ଅଦା ଓ ରସୁଣ ମସଲାକୁ ପକେଇ ସେଥିରେ ଲୁଣ ଓ ଲଙ୍କା ଗୁଣ୍ଡ ଦେଇ ଗୋଳେଇବ।

ହଳଦୀ ଗୁଣ୍ଡ,ଗରମ୍ ମସଲା ପକେଇ ବେ। କାଟୁଥିବା ଟମାଟୋ ପକେଇଶାରି ଗୋଲେଇବେ।ତାପରେ ଜିରା ଓ ସୋରିଷ ମସଲା ପକେ଼ଇ ଭଲରେ ଗୋଲେ଼ଇବେ।ଆଳୁ ପକେଇସାରୀ ଘୋଡେଇଦେବେ।ତାପରେ ମାଛ ପକେଇଦେବେ।ବୁଢ଼ୀ ମା ଏହି ଭଳି ମାଛ ବେସର କରିଥିଲେ।

Leave a Reply

Your email address will not be published. Required fields are marked *