Special Report

ଟ୍ରକ୍ କୁ ପିଟିଲା ଟ୍ରକ୍,ଲାଗିଲା ନିଆଁ ଜଳିଗଲେ ଡ୍ରାଇଭର,କହିଲେ ଆମକୁ ରକ୍ଷା କର..

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁ-ର୍ଘ-ଟ-ଣା। ଜିଅନ୍ତା ଜଳିଗଲେ ଡ୍ରାଇଭର। ଆଜି ସକାଳୁ ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ସଡ଼କ ଦୁ-ର୍ଘ-ଟ-ଣା ଘଟିଛି।

ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଛି। ଫଳରେ ଟ୍ରକ୍ ଦୁଇଟିକୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ତେବେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି। ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଏବଂ

ବିଶୋଇ ପଟୁ ଦୁଇ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ତେଲ ବୋଝେଇ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବାରୁ ସଙ୍ଗେସଙ୍ଗେ ନିଆଁକୁ କାବୁ କରିବା ସମ୍ଭବପର ହୋଇ ପାରିନି।

ତେଣୁ ଟ୍ରକ୍‌ ଭିତରେ ଥିବା ମୃ-ତଦେହକୁ ଉଦ୍ଧାର କରାଯାଇ ପାରିନି। ଏଥିସହ ଟ୍ରକ୍‌ ତଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ସମ୍ଭବପର ହୋଇପାରିନି।

ଟ୍ରକ ଦୁଇଟି ଯାକ କେନ୍ଦୁଝର ପଟୁ ଘାଟି ରାସ୍ତା ଓହ୍ଲାଉ ଥିବା ବେଳେ ସେମାନେ କେଉଁଠି କୁ ଯାଉଥିଲେ ଏବଂ କେଉଁଠାରୁ ଆସୁଥିଲେ ତାହା ସଠିକ ଜଣା ପଡ଼ିନାହିଁ।

ଉଭୟ ଗାଡ଼ି ଡ୍ରାଇଭରଙ୍କ କିଛି ପତ୍ତା ମିଳିନାହିଁ। ଘାଟି ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚିଛି।

ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁ-ର୍ଘ-ଟ-ଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଗଲାଣି।

Leave a Reply

Your email address will not be published. Required fields are marked *