ରାଜ୍ୟ ଖବରମନୋରଞ୍ଜନ

ସତ ହେଲା ମାଳିକା ବଚନ..ପାହାଡ଼ରେ ଫୁଟିଲା ପଦ୍ମ, ପାହାଡରେ ରହିଛି ଦୈବୀ ଚିହ୍ନ ଆଉ ଦିବ୍ୟ କୁଣ୍ଡରେ ଫୁଟିଛି କଇଁ ଫୁଲ, ଦେଖନ୍ତୁ ଭିଡିଓ

ସମସ୍ତେ ପୁରାଣ କୁ ବହୁତ ମାନି ଥାନ୍ତି । ପୌରାଣିକ ଗ୍ରନ୍ଥ କୁ ସମସ୍ତେ ସମ୍ମାନ କରନ୍ତି । ଏହି ସବୁ ଗ୍ରନ୍ଥ ରୁ ବହୁତ୍ କିଛି ଶିକ୍ଷା ମିଳିଥାଏ । ଜୀବନ କୁ ସୁଧାରିବା ଓ ଭଲ ମନ୍ଦ ,ଠିକ୍ ଭୁଲ୍ ବହୁତ କିଛି ଶିଖିବାକୁ ମିଳିଥାଏ । ଆପଣ ମାନେ ବି ବହୁତ କିଛି ପୌରାଣିକ ବିଷୟରେ ଜାଣିଥିବେ । ତେବେ ଆପଣ ମାନେ କେବେ ପାହାଡ ରେ ପଦ୍ମ ଫୁଟିବାର ଦେଖିଛନ୍ତି କି ? ଆସନ୍ତୁ ସେହି ଖବର ଉପରେ ନଜର ଦେବା ।

ଆପଣ ମାନେ ମାଳିକା ବିଷୟରେ ଜାଣିଥିବେ । ବହୁତ୍ କିଛି ଲେଖା ହୋଇଥାଏ ସେହି ପବିତ୍ର ଗ୍ରନ୍ଥ ରେ । ଆପଣ ମାନେ ବହୁତ୍ କିଛି ତଥ୍ୟ ଜାଣିଥିବେ ମଧ୍ୟ । ସମସ୍ତେ ସେହି ସବୁ କୁ ବିଶ୍ବାସ ମଧ୍ୟ କରନ୍ତି । ତେବେ ଆପଣ ମାନେ ଶୁଣିଥିବେ ମାଳିକା ରେ ପର୍ବତ ଉପରେ କଇଁ ଫୁଟିବା କଥା କୁହାଯାଇଥିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥାଏ ।

ହେଲେ ଏହି ଭଳି କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର ଚମ୍ପେଇତପୁର ରେ ଥିବା ପର୍ବତ ରେ । ଏହି ପାହାଡ ରେ ୨ ଟି ଗୁମ୍ଫା ରହିଛି । ଏହି ଶିଖର ରେ ମହାଦେବ, ଜଗନ୍ନାଥ ଙ୍କ ପାଦ ଚିହ୍ନ ଦେଖିବାକୁ ମିଳେ ଏବଂ ଏହି ପାହାଡ ର ଗୋଟେ ସ୍ଥାନ ରେ ପଦ୍ମ ଫୁଟିଥିବା ର ମଧ୍ୟ ଦେଖିବାକୁ ମିଳେ ।

ତେବେ ସେଠାରେ କାଳିଆ ବାବା ନାମରେ ଜଣେ ବାବା ରୁହନ୍ତି । ସେ ସ୍ବପ୍ନ ରେ ଏହି ସ୍ଥାନ କୁ ଦେଖିଥିଲେ ଓ ସେଠାରେ ସେ ୧୦ ବର୍ଷ ହେଲା ଅଛନ୍ତି ବୋଲି କୁହନ୍ତି । ତେବେ ସେହି ପାହାଡ ରେ ୩ ଟି କୁଣ୍ଡ କୁ ସେ ପାଇଛନ୍ତି ଓ ଭଗବାନ ଙ୍କ ଦୟା ହେଲେ ଆଉ ୨ ଟି ପାଣି କୁଣ୍ଡ ମଧ୍ୟ ସେହି ପାହାଡ ରୁ ଖୋଜି ପାଇବେ ବୋଲି କହିଛନ୍ତି । ତେବେ ସେ ସେହି ସ୍ଥାନ କୁ ଭଲରେ ରକ୍ଷଣ ଓ ଅଧିକା ପ୍ରଚାର ଓ ପ୍ରତିଷ୍ଠତ ପାଇଁ ଅନୁରୋଧ କରିଛନ୍ତି । ତେବେ ବହୁତ ଲୋକ ମଧ୍ୟ ସେହି ସ୍ଥାନକୁ ଯାଇ ଦର୍ଶନ ପାଇଁ ଆସୁଛନ୍ତି । ତେବେ ସତରେ ଏମିତି କଥା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ।

Leave a Reply

Your email address will not be published. Required fields are marked *