ଛି ଛି ଶେଷରେ ଗାଁ ମନ୍ଦିର ପୂଜାରୀ ଙ୍କ ଏପରି ଘୃଣ୍ୟ କାମରେ ସାରା ଗାଁ ହୋଇଗଲା ସ୍ତବ୍ଧ ସମସ୍ତେ କହିଲେ ୟାକୁ….

ଭଗବାନଙ୍କୁ ପୂଜା କରିବା ପାଇଁ ଝିଅ ମନ୍ଦିର ଯାଇଥିଲା କିନ୍ତୁ ପୂଜାରି ସହ ଫେରାର ହୋଇଯାଇଥିବା ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି l

ଏ କଥା ଅଜବ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ ସତ୍ୟ ମନମୁଣ୍ଡା ଥାନା ଶୁଣ୍ଢି ପଦର ପଞ୍ଚାୟତ ନଦୀଆ ନଗର ଗ୍ରାମରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ l

ଏହି ସ୍ଥାନରେ ଜଣେ 50 ବର୍ଷୀୟ ଜଣେ ପୂଜକ ନିଜ ଠାରୁ 30 ବର୍ଷ ସାନ ଜଣେ ଝିଅ ଙ୍କୁ ନେଇ ଫେରାର ହୋଇଯାଇଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l

ଖବର ଅନୁଯାଇ ସେହି ଗ୍ରାମର ବାସୁଦେବ ପ୍ରଧାନଙ୍କ ଝିଅ ରଞ୍ଜୁ ଯାହାଙ୍କ ବୟସ 20 ବର୍ଷ ଅଟେ l ସେ 7 ତାରିଖରେ ସନ୍ଧ୍ୟା ସମୟଠାରୁ ଘରୁ ନିଖୋଜ ହୋଇଯାଇଥିଲା l ଏଥିନେଇ ରଞ୍ଜୁଙ୍କ ପରିବାର ତରଫରୁ ୯ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା l

ବହୁତ ଖୋଜା ଖୋଜି କରିବା ପରେ ସେହିଁ ଗ୍ରାମର ଶିବ ମନ୍ଦିରରେ ପୂଜାରୀ ଥିବା ରାଜେନ୍ଦ୍ର ଦେହୁରୀଙ୍କ ସହିତ ରଞ୍ଜୁ ଫେରାର ହୋଇ ଯାଇଥିବା ଜାଣିବାକୁ ମିଳିଥିଲା l ଏହି ଘଟଣା ଜାଣି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଖୁବ ଲଜ୍ୟାଜନକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ଗାଁ ରେ l

ପୂଜାରୀ ରାଜେନ୍ଦ୍ର ପୂର୍ବରୁ ବିବାହିତ ଏବଂ ତାଙ୍କର ତିନୋଟି ପୁଅ ଥିବା ଜାଣି ମଧ୍ୟ ରଞ୍ଜୁ ତାଙ୍କୁ ବାହା ହେବାପାଇଁ ଜିଦ୍ ଧରି ବସିଥିଲେ ଆଗରୁ l ଝିଅ ଜଣକ ସାବାଳିକା ହୋଇଥିବାରୁ ଏଥିରେ ପୋଲିସ ଏବଂ ଝିଅର ପରିବାର ଲୋକେ କିଛି କରିପାରିନଥିଲେ ସେହି କ୍ଷେତ୍ରରେ l

ରଞ୍ଜୁଙ୍କୁ ତାଙ୍କ ପରିବାର ଲୋକେ ବହୁତ ବୁଝାଇଥିଲେ ହେଁ ସେ ରାଜେନ୍ଦ୍ରଙ୍କୁ ବିବାହ କରିବା ନିଷ୍ପତ୍ତିରେ ନିଜେ ତିଷ୍ଠି ରହିଥିଲେ l

ତେବେ ରାଜେନ୍ଦ୍ର ( ଗାଁ ପୂଜାରୀ ) ମାତ୍ର 10 ଦିନ ମଧ୍ୟରେ ରଞ୍ଜୁକୁ ରେଜିଷ୍ଟ୍ରି ବିବାହ କରିବ ବୋଲି ଏକ ରାଜିନାମାରେ ହସ୍ତାକ୍ଷର କରିଥିଲେ ମଧ୍ୟ l ଅନ୍ୟପକ୍ଷରେ ପୂଜକ ଜଣକ କୌଣସି ଗୁଣିଗାରେଡ଼ି କରି ରଞ୍ଜୁକୁ ଫସାଇ ଦେଇଥିବା ଚର୍ଚ୍ଚା ହେଉଛି ସେହିଁ ଗାଁ ରେ କିନ୍ତୁ ରାଜେନ୍ଦ୍ର ଏହାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଛନ୍ତି l

Leave a Comment

Your email address will not be published. Required fields are marked *

Scroll to Top