ଭାଇରାଲ ଭିଡିଓ

ରାତା ରାତି ହେଲା ଏହି କୁନି ପିଲାର ଭିଡ଼ିଓ ଭାଇରଲ ଦେଖନ୍ତୁ କେମିତି ପ୍ରଥମାଷ୍ଟମୀ ଡ୍ରେସ ପାଇଁ ସୁନ୍ଦର ଭାବେ ମନର ଦୁଃଖ ପ୍ରକାଶ କରୁଛି

ପ୍ରଥମା ଅଷ୍ଟମୀ ପାଇଁ ରାତା ରାତି ଭାଇରଲ ହେଲା ଏହି ଭିଡ଼ିଓଟି l ଯେଉଁଥିରେ ଛୋଟ ପିଲାଟିଏ ନିଜର ଡ୍ରେସ ନ ହେଇଥିବାର ଦୁଃଖ ପ୍ରକାଶ କରିଛି l ଏବଂ କାହିଁକି ସବୁ ଘରର ବଡ଼ପୁଅମାନଙ୍କୁ ଡ୍ରେସ ଏବଂ ପିଠା ଦିଆଯାଉଛି ଘରର ସାନପୁଅ ମାନଙ୍କ ପ୍ରତି ଅନ୍ୟାୟ କାହିଁକି l

ପ୍ରଥମା ଅଷ୍ଟମୀରେ ଛୋଟ ପିଲାଟିର ଭିଡ଼ିଓ ରାତା ରାତି ଭାଇରଲ ହୋଇଥିଲା ଏବଂ ଏହି ଭିଡ଼ିଓ ଟି ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା l ସମସ୍ତଙ୍କ ୱାଟ୍ସଆପ ସ୍ଟାଟସ ଏବଂ ଫେସବୁକ ର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥିଲା ଏହି ଛୋଟ ଛୁଆର ଭିଡ଼ିଓ ଟି l

ଭିଡ଼ିଓଟିର ପ୍ରଥମରେ ଛୋଟ ଛୁଆଟି କହିଥିଲା ଯେ ପ୍ରଥମା ଅଷ୍ଟମୀ କେବଳ ବଡ଼ ପୁଅଙ୍କ ପାଇଁ କଣ ପାଇଁ l ଆମେ ସାନ ପୁଅ ବୋଲି ଅମର କଣ କିଛି ଅଧିକାର ନାହିଁ l ଘରର ବଡ଼ ପୁଅ ପାଇଁ ଡ୍ରେସ ଆମ ପାଇଁ ଖାଲି ପିଠା l

ମତେ ସମସ୍ତେ କହୁଛନ୍ତି ତୁ ତିନି ନମ୍ବର ତୁ ଅଷ୍ଟମୀ ହେବୁନି l କାହିଁକି ଏତେ ଅନ୍ୟାୟ ସବୁ ବାପା ମା ମାନେ ଘରର ସାନପୁଅଙ୍କ ପାଇଁ ଖଣ୍ଡେ ଡ୍ରେସ କର ଆମେ ବି ସମସ୍ତଙ୍କୁ ଦେଖେଇବୁ ଆମେ ଅଷ୍ଟମୀ ହେଇଛୁ l

ଏହି ଭିଡ଼ିଓ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆରେ ନିହାତି ଦେଖିଥିବେ l ଏହି ଭିଡ଼ିଓ କୁ ଦେଖି ସଭିଏଁ ଭଲପାଇବା ଦେଇଥିଲେ ଏବଂ ପ୍ରଥମା ଅଷ୍ଟମୀଠାରୁ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି l

Leave a Reply

Your email address will not be published. Required fields are marked *