Viral video : ସାର୍ ଙ୍କ ବଦଳି ରେ କାନ୍ଦୁଛନ୍ତି ଛାତ୍ର ଛାତ୍ରୀ… ଏମିତି ଗୁରୁ ବିରଳ..

ଗୁରୁ ହେଉଛନ୍ତି ବ୍ରହ୍ମା,ଗୁରୁ ହେଉଛନ୍ତି ବିଷ୍ଣୁ ଓ ଗୁରୁ ହିଁ ସ୍ବୟଂ ମହେଶ୍ୱର। ଚାକିରି କେତେବେଳେ କୋଉଠି ବଦଳି ହେବ ସେ କଥା କିଏ କହିବ।କିନ୍ତୁ ସାର୍ ଙ୍କ ପାଖରୁ ସ୍ନେହ ଶ୍ରଦ୍ଧା ପାଇଥିବା ପିଲାଙ୍କୁ ଏ କଥା ବୁଝେଇବ କିଏ।ପିଲାମାନେ କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛନ୍ତି।

ଏହି ପିଲା ମାନଙ୍କ ଆଖିରେ ଲୁହ ଯେମିତି କହୁଛି ସାର୍ ଆପଣ ଆମକୁ ଛାଡ଼ି ଯାଆନ୍ତୁ ନାହିଁ।ଏହା ହେଉଛି ଗୁରୁ ଶିଷ୍ୟ ଙ୍କ ଭିତର ପବିତ୍ର ସମ୍ପର୍କର ଏକ ଜ୍ଵଳନ୍ତ ଉଦାହରଣ। ଗୁରୁଙ୍କ ଆଖିରେ ଲୁହ,ଶିଷ୍ୟଙ୍କ ଆଖିରେ ମଧ୍ୟ ଲୁହ।ନବରଙ୍ଗ ଜିଲ୍ଲାର ଟାବୁଙ୍ଗ ବ୍ଲକରେ ଏହି ଖବରଟି ହୋଇଛି।

ମେଦେନା ସରକାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ବାରିକ ଙ୍କ ବଦଳି ଖବର ଶୁଣିବା ପରେ ପିଲାମାନେ ରଡ଼ି ଛାଡ଼ି କଦୁଛନ୍ତି।ସାର୍ ଙ୍କ ନିଃସ୍ଵାର୍ଥପର ଭଲ ପାଇବା ଆଜି ସମସ୍ତ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ରେ ବାନ୍ଧି ଦେଇଛି।ଏପରି ଭଲ ପାଇବା ଦେଖି ସତରେ ଖୁସି ହେଇଯିବେ ।

https://youtu.be/heuOSzgyapY

ଛାତ୍ର ଛାତ୍ରୀ ମାନଙ୍କ କାନ୍ଦ ଦେଖି ଅଭିଭାବକ ଓ ଗ୍ରାମ ବାସୀ ବିଦ୍ୟାଳୟ କୁ ଆସି ପିଲା ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଅଧ୍ୟକ୍ଷ,ସରପଞ୍ଚ ,ପରିଚାଳନା କମିଟି ଓ ଗ୍ରାମବାସୀ ବ୍ଲକ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ବାତିଲ କରିବାକୁ ଦାବି କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top