ଜ୍ୟୋତିଷ ଶାସ୍ତ୍ର

ହନୁମାନ କାହିଁକି ନେଇଥିଲେ ପଞ୍ଚମୁଖୀର ଅବତାର? ମରିବା ଆଗରୁ ଏହି ତଥ୍ୟ ଜରୁର ଜାଣନ୍ତୁ

ହନୁମାନ ଜିଙ୍କ ପଞ୍ଚମୁଖା ଅବତାର ପଞ୍ଚ ଦିଗରେ ପ୍ରତିନିଧିତ୍ଵ କରିଥାଏ। ପ୍ରତ୍ଯେକ ମୁଖରେ ଏକ ମୁଖ, ତିନି ନେତ୍ର ଓ ଦୁଇଟି ଭୂଜ ଅଛି। ପରନ୍ତୁ ହନୁମାନ ଜି ପଞ୍ଚମୁଖୀ ରୂପ କାହିଁକି ଧାରଣ କରିଛନ୍ତି ଏହା ବହୁତ କମ ଲୋକ ଜାଣିଛନ୍ତି। ଏହି କଡିରେ ସମର୍ପିତ ଅଛନ୍ତି ହନୁମାନ ଜିଙ୍କର ପଞ୍ଚମୁଖୀର ସ୍ୱରୂପ। ଚାଲନ୍ତୁ ଜାଣିବା ହନୁମାନ ଜିଙ୍କର ପଞ୍ଚମୁଖୀ ଅବତାର ବିଷୟରେ।

 

ମହିରାବଣ ଓ ଅହିରାବଣ:-ରାମ ଓ ରାବଣଙ୍କ ମଧ୍ୟରେ ମଧ୍ୟ ଯୁଦ୍ଧ ସମାପ୍ତ ହେବାକୁ ଥିଲା। ରବଣକୁ ଜଣା ପଡିଗଲାକି ତାର ପରାଜୟ ସୁନିଶ୍ଚିତ। ସେତେବେଳେ ସେ ନିଜର ଭାଇ ଅହିରାବଣକୁ ସ୍ମରଣ କରିଥିଲେ। ଅହିରାବଣ ଏକ ଜ୍ଞାନୀ ପଣ୍ଡିତ, ତନ୍ତ୍ର ମନ୍ତ୍ର ବିଷୟରେ ଜାଣିଥିଲେ ଓ ମା ଭବାନୀଙ୍କର ଭକ୍ତ ଥିଲେ। ବିଭୀଷଣଙ୍କୁ ଜଣା ପଡିଗଲାକି ରାବଣ ଅହିରାବଣକୁ ଡାକୁଛି ସେଥିପାଇଁ ସେ ଚିନ୍ତିତ ହୋଇଉଠିଲେ। ସେ ଭଗବାନ ରାମ ଓ ଲକ୍ଷ୍ମଣଙ୍କର ସୁରକ୍ଷାର ଦାୟିତ୍ଵ ହନୁମାନଙ୍କୁ ଦେଇଦେଲେ। ଲଙ୍କାରେ ସୁହେଲ ପର୍ବତ ଉପରେ ରାମ ଓ ଲକ୍ଷ୍ମଣଙ୍କର କୁଟୀର ଥିଲା। ହନୁମାନ ଜି କୁଟୀରକୁ ଚାରିଆଡୁ ଏକ ସୁରକ୍ଷା ଘେରରେ ପରିପୂର୍ଣ କରିଦେଲେ। ଅହିରାବଣ ଓ ତାର ଭାଇ ମହିରାବଣ ଦୁଇଜଣ ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରିବାକୁ ଆସିଲେ। ପରନ୍ତୁ ହନୁମାନଙ୍କ ଦ୍ଵାରା ତିଆରି କରାଯାଇଥିବା ସୁରକ୍ଷା ଘେରକୁ ଅତିକ୍ରମ କରିବା ସମ୍ଭବପର ନଥିଲା। ସେତେବେଳେ ମହିରାବଣ ବିଭୀଷଣଙ୍କ ରୂପକୁ ଧାରଣ କରି କୁଟୀରରେ ପ୍ରବେଶ କରିନେଲା ଓ ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ପାତାଳଲୋକଙ୍କୁ ନେଇଗଲା।

 

ବଞ୍ଚାଇଲେ ରାମ-ଲକ୍ଷ୍ମଣଙ୍କର ପ୍ରାଣ:-ଯେତେବେଳେ ରାମ ଓ ଲକ୍ଷ୍ମଣଙ୍କ ଅନୁସନ୍ଧାନରେ ହନୁମାନ ପାତାଳ ଲୋକରେ ପହଞ୍ଚିଲେ। ଯେଉଁଠି ଦ୍ଵାରପାଳ ହନୁମାନଙ୍କ ପ୍ରବେଶକୁ ଅଟକାଇଦେଲେ। ସେ କହିଲେକି ଭିତରେ ପ୍ରବେଶ କରିବା ପାଇଁ ହନୁମାନଙ୍କୁ ତାସହିତ ପ୍ରଥମେ ଯୁଦ୍ଧ କରିବାକୁ ପଡିବ। ଯୁଦ୍ଧ ସମୟରେ ହନୁମାନଙ୍କୁ ଜଣାପଡିଲାକି ସେ ତାଙ୍କର କଳ୍ପନା ଠାରୁ ଅଧିକ ଶକ୍ତିଶାଳୀ। ଯଦିଓ ହନୁମାନ ବିଜୟୀ ହେଲେ କିନ୍ତୁ ହନୁମାନ ତାର ଶକ୍ତିରେ ବହୁତ ପ୍ରଭାବିତ ହେଲେ। ଯେତେବେଳେ ସେ ପଚାରିଲେ ସେ କିଏ। ସେତେବେଳେ ସେ କହିଲେକି ସେ ହନୁମାନ ପୁତ୍ର ମକରଧ୍ଵଜ। ଯେତେବେଳେ ହନୁମାନ ପାତାଳଲୋକରେ ପ୍ରବେଶ କରିଲେ ସେତେବେଳେ ଅହିରାବଣ ପାଞ୍ଚୋଟି ଦ୍ଵିପ ମା ଭବାନୀଙ୍କ ପାଇଁ ପ୍ରଜ୍ଵଳିତ କରିଥିଲେ। ମନ୍ଦିରରେ ଅଲଗା ଅଲଗା ସ୍ଥାନରେ ପାଞ୍ଚୋଟି ଦ୍ଵୀପ ଜଳୁଥିଲା। ହନୁମାନ ରାମଙ୍କ ରକ୍ଷା ପାଇଁ ଭବାନୀଙ୍କୁ ପ୍ରାଥର୍ନା କରୁଥିଲେ। ମା ଭବାନୀ ପ୍ରାଥର୍ନାର ଉତ୍ତର ଦେଇ କହିଲେ ଯଦି ଏହି ପାଞ୍ଚୋଟି ଦ୍ଵୀପକୁ ଏକ ସାଥିରେ ଲିଭାଇ ଦିଆଯାଏ ତେବେ କୃର ଦୈତ୍ୟ ଅହିରାବଣର ନାଶ ହୋଇଯିବ।

 

ହନୁମାନଙ୍କର ପଞ୍ଚମୁଖୀ ଅବତାର:-ଯେତେବେଳେ ଅହିରାବଣ ଓ ମହିରାବଣ ରାମ ଲକ୍ଷ୍ମଣଙ୍କର ବଳି ଚଢାଇବା ପାଇଁ ଭବାନୀ ମନ୍ଦିରକୁ ଆଣୁଥିଲେ। ସେତେବେଳେ ହନୁମାନ ପଞ୍ଚମୁଖୀ ରୂପକୁ ଧାରଣ କରିଥିଲେ। ଯେଉଁଥିରେ ପୂର୍ବ ଦିଗରେ ହନୁମାନଙ୍କ ମୁଖ, ପଶ୍ଚିମରେ ଗରୁଡ ମୁଖ, ଉତ୍ତରରେ ବରାହ ମୁଖ, ଦକ୍ଷିଣରେ ନରସିଂହ ମୁଖ ଓ ଆକାଶ ଆଡକୁ ହୟଗ୍ରୀବଙ୍କ ମୁଖ ଥିଲା। ଏହି ପ୍ରକାର ନିଅଜର ପଞ୍ଚମୁଖୀରେ ହନୁମାନ ସେହି ପାଞ୍ଚୋଟି ଦ୍ଵୀପକୁ ଲିଭାଇଦେଇଥିଲେ ଓ ଅହିରାବଣକୁ ବଦ୍ଧ କରିଥିଲେ। ରାମ ଏବଂ ଲକ୍ଷ୍ମଣଙ୍କୁ ସୁରକ୍ଷିତ ଭାବରେ ନେଇ ଆସିଥିଲେ। ଏହି ପ୍ରକାର ହନୁମାନଙ୍କ ଏହି ରୂପକୁ ପୂଜା କରାଯିବାକୁ ଲାଗିଲା ଯେଉଁଥିରେ ପାଞ୍ଚ ବିଭିନ୍ନ ଶକ୍ତିର ସମାବେଶ ଅଛି। ଏହି କାରଣ ହନୁମାନଙ୍କ ଏହି ରୂପକୁ ବହୁତ ଶୁଭ ଓ ଶକ୍ତିଶାଳୀ କୁହାଯାଏ। ଏହାସହିତ ନିଜର ପଞ୍ଚମୁଖୀ ଅବତାର କାରଣରେ ହନୁମାନ ଭଗବାନ ରାମଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ।

Leave a Reply

Your email address will not be published. Required fields are marked *