ରାଜ୍ୟ ଖବର

କୋଉଠି ରହିବେ Tapaswini କିଏ ହେବ ନିଜର କ୍ଷମା କରିଦେବେ କି ଶଶୁର Pramod Sahu ଦେଖନ୍ତୁ କଣ କହିଲେ ଶଶୁର 

ତପସ୍ଵିନୀ ସୁମିତ ମାମଲାରେ ବର୍ତ୍ତମାନ୍ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯାହା କଳ୍ପନା ବାହାରେ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଵାମୀ ସୁମିତ ଧରା ଛୁଆଁ ଦେଇନଥିବା ବେଳେ ବର୍ତ୍ତମାନ୍ କେଉଁଠି ଅଛନ୍ତି କାହାକୁ ଜଣାନାହିଁ । ଏପଟେ ସ୍ଵାମୀଙ୍କ ବାଟକୁ ଚାହିଁ ବସିଛନ୍ତି ତପସ୍ୱିନୀ ଏବଂ ଅପେକ୍ଷା କରି ରହିଛନ୍ତି କେବେ ସବୁକିଛି ପୂର୍ବପରି ହୋଇପାରିବ ଏବଂ ସେ ନ୍ୟାୟ ପାଇପାରିବେ ।

ତେବେ ଗତ କାଲି ତପସ୍ୱିନୀ ମିଡ଼ିଆ ସାମ୍ନାରେ ଶଶୁର ପ୍ରମୋଦ ସାହୁ ଙ୍କୁ କ୍ଷମା ମାଗିଥିବା ବେଳେ ତାଙ୍କୁ ଏବଂ ସୁମିତ ଙ୍କୁ ଏକାଠି କରିଦେବା ପାଇଁ ଅନୁରୋଧ କରିଥିଲେ । ଏବଂ ସବୁ କିଛି ଭୁଲି ଯାଇ ପୁଣି ଥରେ ସ୍ଵାମୀ,ଶାଶୁ ,ଶଶୁର ଏକାଠି ରହିବେ ବୋଲି ଭାବିଥିଲେ । ତେବେ ବର୍ତ୍ତମାନ୍ ପର୍ଯ୍ୟନ୍ତ ଶଶୁର ପ୍ରମୋଦ ସହୁଁ କୌଣସି ପ୍ରତିକ୍ରିୟା ଦେଇନଥିବା ର ଦେଖା ଯାଇଛି ।

ତେବେ ସ୍ଵାମୀ ଶଶୁର ସମସ୍ତେ ଯଦି ମୁଁହ ବୁଲାଇନେବେ ତପସ୍ୱିନୀ ଙ୍କ ଠିକଣା କେଉଁଠି ହେବ ତାହା ନେଇ ସମସ୍ତଙ୍କ ମଧ୍ୟରେ ଦ୍ୱନ୍ଦ ଜାରି ହୋଇଛି । ସମସ୍ତେ ସୁମିତ ଏବଂ ତପସ୍ୱିନୀ ଙ୍କ ଏକାଠି ରହିବାକୁ ଚାହୁଁଥିବ ବେଳେ ସୁମିତଙ୍କର ତପସ୍ୱିନୀ ଙ୍କ ସହ ରହିବାକୁ ଆଉ ଇଛା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଠିକ୍ ସେହିପରି ତପସ୍ୱିନୀ ମଧ୍ୟ ତାଙ୍କ ଜିଦ୍ ଉପରେ ଅଟଳ ଅଛନ୍ତି ଯେ ପର୍ଯ୍ୟନ୍ତ ସ୍ବାମୀଙ୍କୁ ନ ପାଇଛନ୍ତି ଧାରଣା ଦେବେ ବୋଲି ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *