Cricket ଖେଳୁ ଖେଳୁ ଅଚାନକ ହେଲା ହୃଦ-ଘାତ୍,ଯୁବକ ର ଲିଭିଗଲା ସବୁ ଦିନ ପାଇଁ ଜୀବନ ଦୀପ

କାହ୍ନୁ ଗୋଟେ ରିଲ୍ କରିଥିଲେ ଏବଂ ସେ କହିଥିଲେ “ଏବେ ବି ମୁଁ ବଞ୍ଚିଛି।କଥା ହେବାର ଅଛି ଯଦି କଥା ହୋଇଯାଅ।ମରିଗଲା ପରେ ଆଉ ଖୋଜିଲେ ବି ପାଇବ ନାହିଁ”।ସତକୁ ସତ କାହ୍ନୁ ଆଜି ଏତେ ଦୂରକୁ ପଲେଇଛନ୍ତି ଯେ ଖୋଜିଲେ କେହି ପାଉନାହାନ୍ତି।ମୃ-ତ୍ୟୁ କେତେବେଳେ ଆସିବ କହିପାରିବା ନାହିଁ।

ଖେଳୁ ଖେଳୁ ଖେଳ ପଡ଼ିଆରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିଲା।ଯାଜପୁର ଜିଲ୍ଲା ବରି ବ୍ଲକରେ ୧୮ ବର୍ଷ ବାଳକ କାହ୍ନୁ ଚରଣ ପରିଡ଼ା।ଛୋଟ୍ ବେଳରୁ ତାଙ୍କୁ କ୍ରିକେଟ୍ ବହୁତ୍ ପଶନ୍ଦ।ତାଙ୍କୁ ଭଡ଼ାରେ ନିଅନ୍ତି ବି ଖେଳିବା ପାଇଁ।କିନ୍ତୁ କିଏ ଜାଣିଥିଲା ସେ ଯେଉଁ ଖେଳକୁ ପସନ୍ଦ କରନ୍ତି ସେହି ଖେଳରେ ହିଁ ତାଙ୍କ ଜୀବନ ଯିବ ବୋଲି।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ତରଳି ପଡା ଗାଁକୁ ଟି -୨୦ ମ୍ୟାଚ୍ ଖେଳିବାକୁ ଯାଇଥିଲେ। ଲାଷ୍ଟ୍ ଓଭର ରେ ୫ ଟି ବଲ ପକାଇ ଶେଷ ବଲ ରେ ବ୍ୟାଟ୍ ମ୍ୟାନ କୁ ଆଉଟ କରାଇ ଜିତେଇଥିଲେ।ମ୍ୟାଚ୍ ଜିତିବାର ଖୁସି ଏତେ ଅଧିକ ଥିଲା ଯେ ଚାଲି ଚାଲି ଆସୁ ଆସୁ ଅଧା ବାଟରେ ଗଳି ପଡ଼ିଲେ।

ତାଙ୍କୁ ସାଙ୍ଗ ମାନେ ଡାକ୍ତରଖାନା ନେଇଥିଲେ ।କିନ୍ତୁ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ। ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା।ପୁଅକୁ ହରାଇ ବାପା ଓ ମା ଭାଙ୍ଗି ପଡିଛନ୍ତି।ଖେଳ ସାଥୀ ମାନେ ମଧ୍ୟ ସେଦିନ ର ଘଟଣା ମନେ ପକାଇ ଦୁଃଖ କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top