ରାଜ୍ୟ ଖବର

ମହାନଦୀ କୁ ଡେଇଁଲେ ବିବାହିତା ଦମ୍ପତି, ଉଦ୍ଧାର ହେଇଗଲେ ହେଲେ ପରିଚୟ ମିଳିନି

ଗତକାଲି କଟକର ଜୋବ୍ରା ନିକଟରେ ଦୁଇ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଉଭୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ। ଉଭୟ ଦମ୍ପତିଙ୍କର ପରିଚୟ ମିଳିନଥିଲା ସେଥିପାଇଁ ଉଭୟଙ୍କୁ ଏସସିବି ମେଡିକାଲ କଲେଜରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ଉଭୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି।

ସୂଚନା ଅନୁସାରେ, ପ୍ରାୟ ସନ୍ଧ୍ଯା ୫:୩୦ଟା ପାଖାପାଖି ଏହି ଅଘଟଣ ଘଟିଥିଲା। ପ୍ରଥମେ ମହିଳା ଜଣକ ଜୋବ୍ରା ବ୍ୟାରେଜ ନିକଟରେ ମହାନଦୀକୁ ଡିଆଁ ମାରିଥିଲେ। ତାପରେ ତାଙ୍କର ସ୍ଵାମୀ ମଧ୍ୟ ଡିଆଁ ମାରିଥିଲେ। ସେଠାରେ କିଛି ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ।

ସେଠାରେ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଏ ପର୍ଯ୍ଯନ୍ତ ଉଭୟଙ୍କର ପରିଚୟ ମିଳିପାରି ନାହିଁ। ପୋଲିସର ଉଭୟଙ୍କର ପରିବାର ଲୋକଙ୍କୁ ପଚରାଉଚୁରା କରୁଛି। କିନ୍ତୁ ସେମାନଙ୍କର ପରିଚୟ ବିଷୟରେ ସ୍ପଷ୍ଟ କରିନାହିଁ। ଅନୁମାନ କରାଯାଉଛିକି ଉଭୟ କଟକ ପାଖାପାଖି ଆଞ୍ଚଳର ବାସିନ୍ଦା। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *