ରାଜ୍ୟ ଖବର

ୟା ଚୁଟି ନା ଦଉଡ଼ି, ଟାଣୁଛି ଗାଡ଼ି ଦେଖନ୍ତୁ ଭିଡିଓ

ଆପଣ ମାନେ ବହୁତ କିଛି ବ୍ୟକ୍ତି ଙ୍କ ପ୍ରତିଭା ଦେଖିଥିବେ । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ପ୍ରତିଭା ବା ଗୁଣ ରହିଥାଏ । କିଛି ଜଣ ସେହି ପ୍ରତିଭା କୁ ସମସ୍ତଙ୍କ ଆଗରେ ଦେଖେଇବାର ସୁଯୋଗ ପାଇଥାନ୍ତି । ହେଲେ ଆଉ ବହୁତ ଜଣ ଙ୍କ ଭଲ କିଛି ପ୍ରତିଭା ଲୁଚି ରହିଯାଇଥାଏ ।ସେମାନେ କାହା ଆଗରେ କିଛି ବି ପ୍ରକାଶ କରିପାରନ୍ତି ନାହିଁ ।

 

ଆପଣ ମାନେ ଗିନିଜ ବୁକ ରେକର୍ଡ କରୁଥିବା ବ୍ୟକ୍ତି ମାନଙ୍କୁ ଦେଖୁଥିବେ । ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ର ନିଜର ପାରିଦର୍ଶିତା ଦେଖେଇ ରେକର୍ଡ଼ କରିଥାନ୍ତି । କିଛି ଜଣଙ୍କ କାର୍ଯ୍ୟ କୁ ଦେଖିଲେ ତ ବହୁତ ଆଶ୍ଚର୍ଯ୍ୟ ଲାଗେ । ଅସମ୍ଭବ ଭଳି ଦେଖା ଯାଉଥିବା କାମକୁ ବି ବହୁତ ସହଜରେ ସେମାନେ କରିଦେଇଥାନ୍ତି । ତେବେ ଆମ ଦେଶ ଓ ରାଜ୍ୟରେ ମଧ୍ୟ ଏମିତି ବହୁତ ଜଣ ଅଛନ୍ତି ଯାହାଙ୍କ ପାଖରେ ଭଲ ପ୍ରତିଭା ଅଛି ସତ ହେଲେ ତାହା କେବଳ ନିଜ ପରିବାର ଓ ଗାଁ ଭିତରେ ସୀମିତ ରହିଯାଉଛି ।

 

ସେମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି କେନ୍ଦ୍ରାପଡା ଆଳି ରେ ରୁହନ୍ତି । ତେବେ ସେ ତାଙ୍କ ଚୁଟି ବା ଜଟ ସାହାଯ୍ୟ ରେ ଗାଡି କୁ ବି ଟାଣି ନେଇପାରନ୍ତି । ଖାଲି ଗାଡି ନୁହେଁ ଏମିତି ୩ ଜଣ ଲୋକ ବସିଥିବା ବାଇକ ଓ ୪,୫ ଜଣ ବସିଥିବା କାର କୁ ମଧ୍ୟ ନିଜ ଚୁଟି ସାହାଯ୍ୟ ରେ ବହୁତ ବାଟ ସହଜ ରେ ଟାଣି ନେଇପାରୁଛନ୍ତି । ସତରେ ବହୁତ ନିଆରା ପ୍ରତିଭା । ହେଲେ ବଣ ମଲ୍ଲି ବଣ ରେ ରହିଯିବା ଭଳି ତାଙ୍କ ର ଏହି ପ୍ରତିଭା କେବଳ ସେହି ଠାରେ ହିଁ ରହିଯାଉଛି । ତେଣୁ ସେହି ବ୍ୟକ୍ତି ଙ୍କ ସ୍ୱପ୍ନ ସେ ତାଙ୍କର ର ଏହି କଳା କୁ ନେଇ ଦେଶ ରେ ତଥା ଦେଶ ବାହାରେ ମଧ୍ୟ ପଦର୍ଶିତ କରିବେ ।

ଏବଂ ତାଙ୍କର ଗିନିଜ ବୁକ ରେକର୍ଡ଼ ରେ ମଧ୍ୟ ନିଜ ନାମ କରିବାକୁ ଚାହାନ୍ତି । ତେବେ ସେ ସରକାର ଙ୍କ ଅନୁକମ୍ପା ଚାହିଁଛନ୍ତି ତାଙ୍କର ଏହି ପ୍ରତିଭା କିପରି ସେ ବାହାରେ ଦେଖେଇବେ ରେକର୍ଡ଼ କରିବେ ତାଙ୍କର ଏହି ସ୍ୱପ୍ନ ପୂରଣ କରିବା ପାଇଁ । ଏହି ବ୍ୟକ୍ତି ଙ୍କ ପରି ବହୁତ ଜଣ ନିଜର ପ୍ରତିଭା କୁ ଦେଖେଇବାକୁ ଚାହିଁଥାନ୍ତି ହେଲେ ପରିସ୍ଥିତି ଓ ପରିବେଶ ତାଙ୍କୁ ଆଗକୁ ବଢ଼ିବାରେ ବାଧା ଦେଇଥାଏ । ତେବେ ଏହି ବ୍ୟକ୍ତି ଜଣକ ଇଚ୍ଛା ପୂରଣ ହେଉ ଏହା ହିଁ ଆଶା ।

Leave a Reply

Your email address will not be published. Required fields are marked *